କନକ ବ୍ୟୁରୋ: ଭାରତ ଉପରେ ପାକିସ୍ତାନ କରୁଥିଲା ଆକ୍ରମଣ । ହେଲେ ହୋଇପାରିଲାନି ସଫଳ । କାରଣ ଭାରତ ପାଖରେ ଥିଲା ସୁରକ୍ଷା କବଚ ସୁଦର୍ଶନ-୪୦୦ । ଯିଏ ଶତ୍ରୁର ସବୁ ଆକ୍ରମଣକୁ ବିଫଳ କରିବାରେ ସକ୍ଷମ । ଅପରେସନ୍‌ ସିନ୍ଦୂର ପରେ ବିଳିବିଳାଉଛି ପାକ୍‌, ଭାରତ ଉପରେ ଆକ୍ରମଣ କରିବାକୁ କରୁଥିଲା ପ୍ରୟାସ । ରାତିରେ ପାକ୍‌ ପକ୍ଷରୁ ଆକ୍ରମଣ ପ୍ରୟାସକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ କରିଥିଲା ଆକ୍ରମଣ ଉଦ୍ୟମ । ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମୃତସର, ଅବନ୍ତିପୁରାରେ ଆକ୍ରମଣ ପ୍ରୟାସ । ସେହିପରି ଜଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, କପୁରତାଲା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ, ଭୁଜକୁ ମଧ୍ୟ ରଖିଥିଲା ଟାର୍ଗେଟ୍‌ରେ । ହେଲେ ପାକିସ୍ତାନର ଏହି ବଡ ଯୋଜନାକୁ ଅକାମୀ କରିଦେଇଛି ସୁଦର୍ଶନ-୪୦୦ । 

Advertisment

ଏସ-୪୦୦ ଭାରତର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ । ଏସ ୪୦୦ ମିସାଇଲ ସିଷ୍ଟମ କୌଣସି ବି ଏୟାର ଆଟାକରୁ ଦେଶକୁ ରକ୍ଷା କରିପାରେ । ଏହି ମିସାଇଲ ଋଷଠାରୁ କିଣାଯାଇଥିଲା । ଏହାକୁ ୫ ଅରବ ଡଲାରରେ କିଣାଯିବା ପାଇଁ ଡିଲ୍ ହୋଇଥିଲା । ଆଉ ୨୦୧୮ରେ ଏହାକୁ ସେନାରେ ସାମିଲ କରାଯାଇଥିଲା । ଏହା ଏତେ ଶକ୍ତିଶାଳୀ ଯେ ଆଡଭାନ୍ସ ଫାଇଟର ଜେଟକୁ ବି ଧ୍ୱଂସ କରିଦେଇପାରେ । 

-ଏସ-୪୦୦କୁ ବିଶ୍ୱର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭାବରେ ବିବେଚନା କରାଯାଏ । ଋଷର ଆଲମାଜ ଏଣ୍ଟି ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣ କରିଛି ।

-୪୦୦ କିଲୋମିଟର୍ ଦୂରତା ଭିତରେ ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିପାରିବ ଏହି ଆଂଟି ମିସାଇଲ୍ ସିଷ୍ଟମ୍

- ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନକୁ ଏହା ଠାବ କରିବା ସହ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ ମଧ୍ୟ କରିପାରିବ

- ଏକାବେଳେ ୩୦୦ ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ

- ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏସ୍-୪୦୦ ସିଷ୍ଟମ୍ ହେଉଛି ସବୁଠୁ ଶକ୍ତିଶାଳୀ ଓ ଆଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସକ ବ୍ୟବସ୍ଥା ଏସ୍-୪୦୦ ରେ ଦୁଇଟି ପୃଥକ ରାଡାର ସିଷ୍ଟମ ଅଛି, ଯାହା ୬୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରିବ ଏବଂ ଏକକାଳୀନ ୮୦ଟି ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ । 

ଏହା ଏପରି ଏକ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା ଯାହା ଦେଶକୁ ରଖିବ ଶକ୍ତ ସୁରକ୍ଷା ବଳୟ ଭିତରେ । ବର୍ତ୍ତମାନ ବିଶ୍ୱର ସବୁଠୁ ଆଧୁନିକ ହେଉଛି ଏସ୍-୪୦୦ । ସୁପରସୋନିକ୍ ଓ ହାଇପରସୋନିକ୍ ବେଗରେ କାମ କରିବ ଏହି ଆଣ୍ଟି ମିସାଇଲ୍ ଡିଫେନ୍ସ ସିଷ୍ଟମ୍ । ନିମିଷକ ମଧ୍ୟରେ ଭୂପୃଷ୍ଠରୁ ଆକାଶକୁ ଚିରି ଶକ୍ତିଶାଳୀ ମିସାଇଲକୁ ମିଳାଇଦେବ ।