କନକ ବ୍ୟୁରୋ : ଭାରତର ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ବିପୁଳ ଭାବେ କ୍ଷତିଗ୍ରସ୍ତ ହେବା ପରେ ଅନ୍ୟ ଇସଲାମିକ ଦେଶମାନଙ୍କ ସହିତ ମିଶି ଏକ ନୂଆ ସଙ୍ଗଠନ ଗଢ଼ିବାକୁ ଯାଉଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ନାଟୋ ଢାଞ୍ଚାରେ ଇସଲାମିକ ଦେଶମାନଙ୍କୁ ନେଇ ଏହି ସଙ୍ଗଠନ ଗଢ଼ିବେ । ନାଟୋର ସାମୂହିକ ପ୍ରତିରକ୍ଷା ଢାଞ୍ଚା ସହିତ ସଦୃଶ ଏହି ସଙ୍ଗଠନର ଗୋଟିଏ ସଦସ୍ୟ ରାଷ୍ଟ୍ରଙ୍କ ବିରୋଧରେ ଆକ୍ରମଣ ସମସ୍ତଙ୍କ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ । ପ୍ରଥମେ ଏହି ମେଣ୍ଟ ରିୟାଦ ଓ ଇସଲାମାବାଦ ମଧ୍ୟରେ ହେବାକୁ ଥିବାବେଳେ ବର୍ତ୍ତମାନ ଏଥିରେ ତୁର୍କୀକୁ ସାମିଲ କରାଯାଇଛି । ତୁର୍କୀ ଏନେଇ ସାଉଦି ଆରବ ଓ ପାକିସ୍ତାନ ସହିତ କଥାବାର୍ତ୍ତା ଚଳାଇଛି । ଏହି ସଙ୍ଗଠନ ପାଇଁ ସାଉଦି ଆରବ ଆର୍ଥିକ ସମର୍ଥନ ଯୋଗାଇ ଦେବ । ପାକିସ୍ତାନ ଏହାର ପରମାଣୁ ପ୍ରତିରୋଧକ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତା ଏବଂ ମାନବଶକ୍ତି ଯୋଗଦାନ କରିବ ।
ତୁର୍କୀ ଏହାର ସାମରିକ ବିଶେଷଜ୍ଞତା ଏବଂ ଏକ ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଏଥିରେ ସାମିଲ କରିବ ବୋଲି ଆଙ୍କାରାସ୍ଥିତ ଥିଙ୍କଟାଙ୍କ ଟିଇପିଏଭିର ବିଶେଷଜ୍ଞ ନିହତ ଅଲି ଓଜକାନ କହିଛନ୍ତି । ଆମେରିକା ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ନିଜର ଏବଂ ଇସ୍ରାଏଲର ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବାରୁ ଆଞ୍ଚଳିକ ସଂଘର୍ଷ ମଧ୍ୟରେ ଶତ୍ରୁ ଓ ମିତ୍ର ରାଷ୍ଟ୍ର ଚିହ୍ନଟ କରିବା ପାଇଁ ନୂତନ ରଣକୌଶଳ ଗ୍ରହଣ କରିବାକୁ ବାଧ୍ୟ କରୁଛି ବୋଲି ଓଜକାନ କହିଛନ୍ତି । ବିଶେଷଜ୍ଞ ଅନୁଯାୟୀ, ତୁର୍କୀର ରଣନୈତିକ ସ୍ୱାର୍ଥ ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର କିଛି ଅଂଶରେ ସାଉଦି ଆରବ ଏବଂ ପାକିସ୍ତାନ ସହିତ ମେଳ ଖାଉଛି ।
ଅଧିକ ପଢ଼ନ୍ତୁ---ନାଟୋ ଢାଞ୍ଚାରେ ନୂଆ ସଙ୍ଗଠନ: ତୁର୍କୀ, ସାଉଦି ଆରବ ଓ ପାକିସ୍ତାନର ବଡ଼ ଯୋଜନା
ତିନି ଦେଶ ମଧ୍ୟରେ ଏନେଇ ସମନ୍ୱୟ ଆରମ୍ଭ ହୋଇଯାଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେମାନେ ଚଳିତ ସପ୍ତାହର ଆରମ୍ଭରେ ଅଙ୍କାରାରେ ସେମାନଙ୍କର ପ୍ରଥମ ନୌସେନା ବୈଠକ କରିଥିଲେ । ତୁର୍କୀ ନାଟୋ ସଦସ୍ୟ ରହିଛି , ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ତୁର୍କୀ ଦ୍ବିତୀୟ ବୃହତ୍ ସେନା ସାମର୍ଥ୍ୟ ରଖିଥିବାରୁ ନିଜର ଶକ୍ତି ବୃଦ୍ଧି କରିବାକୁ ଆଗ୍ରହୀ ଅଛି । ସାଉଦି ଆରବ ଏବଂ ତୁର୍କୀ ମଧ୍ୟ ସିଆ ବହୁଳ ଇରାନକୁ ନେଇ ଚିନ୍ତିତ ଥିବାବେଳେ ସିରିଆରେ ସୁନ୍ନି ନେତୃତ୍ୱାଧୀନ ସ୍ଥିର ସରକାର ଗଠନ ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ସମର୍ଥନ କରିବା ନେଇ ଉଭୟ ଦେଶ ସହମତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/14/pakistan-2026-01-14-14-05-02.jpg)