କନକ ବ୍ୟୁରୋ : ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଇଛି । ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାର ଭାରତ ସହ ଦ୍ୱିପାକ୍ଷିକ ସମସ୍ୟା ସମାଧାନ ପାଇଁ ବ୍ୟାପକ ଆଲୋଚନାର ଆହ୍ୱାନ ଦେଇଛନ୍ତି । ଗୋଟେପଟେ ଆଲୋଚନାର କଥା କହୁଛନ୍ତି ଅନ୍ୟପଟେ ଭାରତକୁ ଧମକ ଦେଉଛନ୍ତି ଇଶାକ ଦାର । ୧୯୬୦ ସିନ୍ଧୁ ଜଳ ଚୁକ୍ତି ନେଇ କଡ଼ା ଚେତାବନୀ ଦେଇ କହିଛନ୍ତି ,ପାକିସ୍ତାନର ଜଳ ପ୍ରବାହରେ କୌଣସି ବାଧା, ଯୁଦ୍ଧର କାର୍ଯ୍ୟ ବୋଲି କୁହାଯିବ । ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଛି । ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଦାର କହିଛନ୍ତି , ଭାରତ ସହ ଅସ୍ତ୍ରବିରତି ମେ ୧୮ ପର୍ଯ୍ୟନ୍ତ ବଢ଼ାଯାଇଛି, କିନ୍ତୁ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜନୈତିକ ଆଲୋଚନା ଆବଶ୍ୟକ । ଭାରତର ଅଭିଯୋଗକୁ ଖଣ୍ଡନ କରି ଦାର୍ କହିଛନ୍ତି , ପହଲଗାମ୍ ଆକ୍ରମଣ ସହ ପାକିସ୍ତାନର ସମ୍ପର୍କ ଅଭିଯୋଗ ପ୍ରମାଣହୀନ । ପାକିସ୍ତାନ ଚୀନ, ସାଉଦି ଆରବ, କାତାର ଓ ୟୁଏଇ ପରି ମିତ୍ର ରାଷ୍ଟ୍ରମାନଙ୍କୁ ଏ ବିଷୟରେ ଅବଗତ କରିଥିବା ଦାବି କରିଛନ୍ତି ଦାର୍ । ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନର କୃଷି ଓ ଜଳବିଦ୍ୟୁତ ପାଇଁ ୮୦% ଜଳ ଯୋଗାଇଥାଏ । ଭାରତର ଚୁକ୍ତି ସ୍ଥଗିତ ନିଷ୍ପତ୍ତି ପାକିସ୍ତାନର କୃଷି ଓ ଅର୍ଥନୀତି ପାଇଁ ବଡ଼ ଆଶଙ୍କା ସୃଷ୍ଟି କରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ଭାରତର ପଦକ୍ଷେପକୁ ଯୁଦ୍ଧର ଘୋଷଣା ବୋଲି କହିଛନ୍ତି । ପାକିସ୍ତାନ ଏହି ମାମଲାକୁ ବିଶ୍ୱ ବ୍ୟାଙ୍କ, ଜାତିସଂଘ ଓ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଉଠାଇବା ପାଇଁ ପ୍ରସ୍ତୁତି ଚଳାଇଛି । ଭାରତ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି , ଚୁକ୍ତି ସ୍ଥଗିତ ରଖାଯାଇଛି ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନକରିଛି । ଭାରତୀୟ ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ମଧ୍ୟ ଦାବି କରିଛନ୍ତି , ଭାରତ ସିନ୍ଧୁର ଜଳକୁ ନିଜ କୃଷି ଓ ଜଳବିଦ୍ୟୁତ ପାଇଁ ବ୍ୟବହାର କରିବ । ଅନେକ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଦେଖାଯିବା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ବୁଝାମଣା ପ୍ରାୟତଃ ବଳବତ୍ତର ରହିଛି । ନୂଆଦିଲ୍ଲୀ ସ୍ପଷ୍ଟ କରିଛି ପାକିସ୍ତାନ ସହିତ ଆଲୋଚନା କେବଳ ଡିଜିଏମଓ ସ୍ତରରେ ହେବ ଏବଂ ଆଲୋଚନାରେ କାଶ୍ମୀର କିମ୍ବା ବର୍ତ୍ତମାନ ସ୍ଥଗିତ ସିନ୍ଧୁ ଜଳ ଚୁକ୍ତିନାମା ଭଳି ବିବାଦୀୟ ପ୍ରସଙ୍ଗ ସାମିଲ ହେବ ନାହିଁ । ଅର୍ଥାତ ଆଗକୁ ପାକିସ୍ତାନରେ ଜଳ ସଂଙ୍କଟ ସହ କୃଷି କ୍ଷେତ୍ରରେ ପଡିବ ବିରାଟ ପ୍ରଭାବ ।
ଭାରତ ସହ ଆଲୋଚନା ପାଇଁ ଆଗେଇ ଆସିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, କହିଲେ ସମାଧାନ ପାଇଁ ଜରୁରୀ ସିଧାସଳଖ କଥାବାର୍ତ୍ତା
ଗୋଟେପଟେ ଆଲୋଚନାର କଥା କହୁଛନ୍ତି ଅନ୍ୟପଟେ ଭାରତକୁ ଧମକ ଦେଉଛନ୍ତି ଇଶାକ ଦାର । ୧୯୬୦ ସିନ୍ଧୁ ଜଳ ଚୁକ୍ତି ନେଇ କଡ଼ା ଚେତାବନୀ ଦେଇ କହିଛନ୍ତି ,ପାକିସ୍ତାନର ଜଳ ପ୍ରବାହରେ କୌଣସି ବାଧା, ଯୁଦ୍ଧର କାର୍ଯ୍ୟ ବୋଲି କୁହାଯିବ । ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଛି ।
/kanak/media/media_files/2025/05/16/FC1EACjGm8VAeQSjmm1f.jpg)