Photograph: (kanak news)
କନକ ବ୍ୟୁରୋ: ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିସାରିଛି । ସେନା କ୍ୟାମ୍ପ ମାଟିରେ ମିଶିଛି, ଶୋଷରେ ଛଟପଟ ହେଉଛି ଶତ୍ରୁଦେଶ । ତଥାପି ଏହାର ନେତା ଓ ସେନାମୁଖ୍ୟ ଭାରତକୁ ଧମକ ଦେବାରେ କୌଣସି ମଉକା ହାତଛଡ଼ା କରୁନାହାନ୍ତି । ଆସିମ ମୁନିରଙ୍କ ପରେ ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ।
ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପୁଣି ଥରେ ଯୁଦ୍ଧ ଧମକ ଦେଇଛନ୍ତି । ଯଦି ଭାରତ ସିନ୍ଧୁ ନଦୀ ଉପରୁ ଶୀଘ୍ର କଟକଣା ନହଟାଏ କିମ୍ବା ଡ୍ୟାମ୍ ନିର୍ମାଣ କରେ, ତେବେ ହେବ ଯୁଦ୍ଧ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ । ସବୁଠୁ ବଡ଼ କଥା ହେଉଛି, ବିଲାୱଲଙ୍କ ଏହି ବୟାନର ଠିକ ଦିନକ ପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ପାକିସ୍ତାନ ସହ ଆଉ ଏକ ଯୁଦ୍ଧ ଆଶଙ୍କା କରିଥିଲେ ।
ପାକିସ୍ତାନ ଉପରେ ଭାରତ ପହଲଗାମ ଆତଙ୍କୀ ଆକ୍ରମଣର ଗୋଟି ଗୋଟି ପ୍ରତିଶୋଧ ନେଇଛି । ଅପରେସନ ସିନ୍ଦୂର ଓ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରି ପାକକୁ ଦେଇଛି ମୁହଁତୋଡ଼ ଜବାବ । ସେନାର ମେରୁଦଣ୍ଡ ଭାଙ୍ଗିଛି, ଶୋଷରେ ଛଟପଟ ହେଉଛି ପଡ଼ୋଶୀ । ସେପଟେ ବିଲାୱଲଙ୍କ ଏଭଳି ବୟାନ ଭାରତକୁ ଉସୁକାଇବା କାମଠୁ କିଛି କମ୍ ନୁହେଁ ।
ଆମେରିକା ମାଟିରୁ ଭାରତକୁ ଧମକ ଦେଇଥିବା ଆସିମ ମୁନିରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇଲକ ରୁବିନ। କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନ ସହ ମୁନିରଙ୍କୁ ତୁଳନା କରିବା ସହ ଯଥାଶୀଘ୍ର ପାକିସ୍ତାନକୁ ଆତଙ୍କୀ ଦେଶ ଘୋଷଣା କରିବା ଉପରେ ଜୋର୍ ଦେଇଛନ୍ତି ।
Follow Us