କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍: ବିକ୍ରି କଲା ନିଜ ଏୟାରଲାଇନ୍ସ

Advertisment

କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ । ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ । ଗରିବ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେଲାଣି ଯେ, IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ବିଫଳ ହେଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି।

Updated On

କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ । ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ । ଗରିବ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେଲାଣି ଯେ, IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ବିଫଳ ହେଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି।

ଅଦ୍ୟତନ ହୋଇଛି
pakistan airlines

pakistan airlines Photograph: (kanak news)

କନକ ବ୍ୟୁରୋ: କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ । ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ । ଗରିବ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେଲାଣି ଯେ, IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ବିଫଳ ହେଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି। ପାକିସ୍ତାନ ମଙ୍ଗଳବାର ଦିନ ଏହାର ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ବିକ୍ରି କରିଛି ।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଘରୋଇକରଣ ହୋଇଛି । ତେବେ ଏହି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଘରୋଇକରଣ କରିବା ପାଇଁ ତିନୋଟି କମ୍ପାନି ନିଜର ବିଡ୍ ଦାଖଲ କରିଥିଲେ । ହେଲେ ଶେଷରେ ଆରିଫ୍ ହବିବ୍ କମ୍ପାନି ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଛି । ଜାଣିରଖିବା ଉଚିତ ଯେ, ବିଡ୍ ଖୋଲିବା ପରେ ପାକିସ୍ତାନ ସରକାର କହିଥିଲେ କ୍ଷତିରେ ଚାଲୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ରେଫରେନ୍ସ ମୂଲ୍ୟ ୧୦୦ ବିଲିୟନ ଟଙ୍କା ରଖାଯାଇଛି। ଏହାପରେ ଆରିଫ୍ ହବିବ୍ ଏବଂ ଲକି ସିମେଣ୍ଟ୍ ଉଭୟ ଏୟାରଲାଇନ୍ସ ଏହି ନିଲାମ ପ୍ରକ୍ରିୟାରେ ଜିତିବା ପାଇଁ ତୀବ୍ର ପ୍ରତିଯୋଗିତା କରିଥିଲେ । ଆଉ ଶେଷରେ ଆରିଫ୍ ହବିବ୍ ଗ୍ରୁପ୍ ୧୩୫ ବିଲିୟନ ଟଙ୍କାରେ ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଥିଲା ।

ଆହୁରି ପଢ଼ନ୍ତୁ : ଆଉ ମୋବାଇଲ ପାଇଁ ଦରକାର ପଡ଼ିବନି ଟାୱାର୍‌ ! ବିନା ଟାୱାର୍‌ରେ ବି ଚାଲିବ ମୋବାଇଲ !

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଏୟାରଲାଇନ୍ସର ବିକ୍ରୟ ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ, ସରକାର ସ୍ଥାନୀୟ ଟେଲିଭିଜନରେ ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାର ସିଧା ପ୍ରସାରଣ କରିଥିଲେ। ଏହି ନିଲାମ ବିମାନ କମ୍ପାନିକୁ ବିକ୍ରୟ କରିବାର ଦ୍ୱିତୀୟ ପ୍ରୟାସ ଥିଲା । ସରକାର ଗତବର୍ଷ ମଧ୍ୟ ଏହି ପ୍ରୟାସ କରିଥିଲେ, କିନ୍ତୁ ଟଙ୍କା ଅଭାବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଫେଡେରାଲ କ୍ୟାବିନେଟର ଏକ ବୈଠକରେ, PIAର ଘରୋଇକରଣରେ ସରକାରୀ ଅଧିକାରୀ ଏବଂ ଘରୋଇକରଣ କମିଶନଙ୍କ ଭୂମିକା ପାଇଁ ଧନ୍ୟବାଦ ଜଣାଇଥିଲେ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe