କନକ ବ୍ୟୁରୋ: ପୁଣି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ଵାଜା ଆସିଫଙ୍କ ବିବାଦୀୟ ମନ୍ତବ୍ୟ । ଏକାସାଙ୍ଗରେ ଦୁଇ ଦେଶ ସହ ଲଢିବାକୁ ପ୍ରସ୍ତୁତ ପାକିସ୍ତାନ । ଆଫଗାନିସ୍ତାନ ସହିତ ସୀମାରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟରେ ଦେଶ ଏକ ସମ୍ଭାବ୍ୟ ଦୁଇମୁହାଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଏକ ଟେଲିଭିଜନ ସାକ୍ଷାତକାରରେ ଏଳଳି ମନ୍ତବ୍ୟ ଦେଇଛନ୍ତି ଖାଓ୍ଵାଜା ଆସିଫ ।

Advertisment

ଭାରତୀୟ ସୀମାରେ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବନା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଖାୱାଜା କହିଛନ୍ତି, ଭାରତ ସୀମାରେ ବିବାଦ ସଷ୍ଟି କରିବାର ସମ୍ଭାବନା ରହିଛି। ଇସଲାମାବାଦ ମଧ୍ୟ ଏହାର ଜବାବ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି । ଏସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଆସିଫ୍ । ଏନେଇ ରଣନୀତିଗୁଡ଼ିକ ପ୍ରସ୍ତୁତ ଅଛି । କିନ୍ତୁ ସାର୍ବଜନୀନ ଭାବେ ଆଲୋଚନା କରିପାରିବି ନାହିଁ, କିନ୍ତୁ ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଆସିଫ୍ ।