କନକ ବ୍ୟୁରୋ : ଭାରତୀୟ ବିମାନକୁ ଅନୁମତି ଦେଲାନି ପାକିସ୍ତାନ । ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ । ଖରାପ ପାଗ ଯୋଗୁଁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍‌ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଇଣ୍ଡିଗୋ ବିମାନରେ ଥିଲେ ୨୨୭ ଜଣ ଯାତ୍ରୀ । ଟର୍ବୁଲେନ୍ସରୁ ବଞ୍ଚିବାକୁ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍‌ ଲାଗି ଅନୁମତି ମାଗିଥିଲେ ମଧ୍ୟ ପାକିସ୍ତାନ ଦେଇନଥିଲା । ଏହା ହେଉଛି ପାକିସ୍ତାନର ଚରିତ୍ର । ପହଲଗାମ୍ ଆକ୍ରମଣ ପରଠୁ ଦୁଇ ଦେଶ ମଧ୍ୟରେ ଏଭଳି ଛକାପଞ୍ଝା ଲାଗିରହିଛି ।