ପାକିସ୍ତାନର ମ୍ୟାଚ୍‌ ବର୍ଜନ ସଂପର୍କିତ ପ୍ରଶ୍ନକୁ ଏଡ଼େଇଗଲେ ଗମ୍ଭୀର

Advertisment

ସାମ୍ବାଦିକମାନେ ଗୌତମ ଗମ୍ଭୀରଙ୍କୁ ପାକିସ୍ତାନର ବର୍ଜନ ଧମକ ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଜବାବରେ ଗମ୍ଭୀର କେବଳ ସାମ୍ବାଦିକମାନଙ୍କୁ ସେମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ପ୍ରକୃତ ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ । ସାମ୍ବାଦିକମାନେ ନିଜ ପ୍ରଶ୍ନକୁ ଦୋହରାଇବା ପରେ ବି ଗୌତମ ଆଉ କିଛି ନ କହି ଏୟାରପୋର୍ଟ ଭିତରକୁ ଚାଲିଯାଇଥିଲେ । 

Gautam-gambhir

Gautam-gambhir Photograph: (Google)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ପାକିସ୍ତାନ ଧମକ ଦେଇଥିବାବେଳେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏ ସଂପର୍କରେ ବିସିସିଆଇ ପକ୍ଷରୁ କେବଶ ଉପ-ସଭାପତି ରାଜୀବ ଶୁକ୍ଳାଙ୍କ ମନ୍ତବ୍ୟ ଆସିଛି । କିନ୍ତୁ ଭାରତୀୟ ଦଳର କୌଣସି ସଦସ୍ୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଏପରିକି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏ ସଂପର୍କିତ ଏକ ପ୍ରଶ୍ନକୁ ଏଡ଼େଇ ଦେଇଛନ୍ତି । ମଙ୍ଗଳବାର ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖାଯାଇଥିଲା । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ପାକିସ୍ତାନର ବର୍ଜନ ଧମକ ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଜବାବରେ ଗମ୍ଭୀର କେବଳ ସାମ୍ବାଦିକମାନଙ୍କୁ ସେମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ପ୍ରକୃତ ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ । ସାମ୍ବାଦିକମାନେ ନିଜ ପ୍ରଶ୍ନକୁ ଦୋହରାଇବା ପରେ ବି ଗୌତମ ଆଉ କିଛି ନ କହି ଏୟାରପୋର୍ଟ ଭିତରକୁ ଚାଲିଯାଇଥିଲେ । 

ଏହା ବି ପଢ଼ନ୍ତୁ: ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ ଜିତିବା ସମ୍ଭାବନା ଅଧିକ: ଧୋନୀ

ଭାରତ ଓ ପାକିସ୍ତାନ ସମେତ ଆମେରିକା, ନେଦରଲାଣ୍ଡସ୍ ଓ ନାମିବ୍ୟା ଟ୍ବେଣ୍ଟି-୨୦ ବିଶ୍ବକପର ଗ୍ରୁପ୍‌-ଏ ରେ ଅଛନ୍ତି । ଫେବ୍ରୁଆରି ୧୫ରେ କଲମ୍ବୋଠାରେ  ବହୁଚର୍ଚ୍ଚିତ ଭାରତ ଓ ପାକିସ୍ତାନ ମ୍ୟାଚ ଖେଳାଯିବ । କିନ୍ତୁ ଏହି ମ୍ୟାଚ୍‌କୁ ବର୍ଜନ କରିବ ବୋଲି ପାକିସ୍ତାନ ଧମକ ଦେଇଥିବାରୁ ତାହାକୁ ନେଇ ବଡ଼ ବିବାଦ ଦେଖାଦେଇଛି । ବିଶ୍ବକପକୁ ବାଂଲାଦେଶକୁ ବାହାର କରାଯିବାର ପ୍ରତିବାଦରେ ଓ ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଏପରି ଧମକ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe