କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାକୁ ପାକିସ୍ତାନ ଧମକ ଦେଇଥିବାବେଳେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏ ସଂପର୍କରେ ବିସିସିଆଇ ପକ୍ଷରୁ କେବଶ ଉପ-ସଭାପତି ରାଜୀବ ଶୁକ୍ଳାଙ୍କ ମନ୍ତବ୍ୟ ଆସିଛି । କିନ୍ତୁ ଭାରତୀୟ ଦଳର କୌଣସି ସଦସ୍ୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଏପରିକି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏ ସଂପର୍କିତ ଏକ ପ୍ରଶ୍ନକୁ ଏଡ଼େଇ ଦେଇଛନ୍ତି । ମଙ୍ଗଳବାର ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖାଯାଇଥିଲା । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ପାକିସ୍ତାନର ବର୍ଜନ ଧମକ ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଜବାବରେ ଗମ୍ଭୀର କେବଳ ସାମ୍ବାଦିକମାନଙ୍କୁ ସେମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ପ୍ରକୃତ ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ । ସାମ୍ବାଦିକମାନେ ନିଜ ପ୍ରଶ୍ନକୁ ଦୋହରାଇବା ପରେ ବି ଗୌତମ ଆଉ କିଛି ନ କହି ଏୟାରପୋର୍ଟ ଭିତରକୁ ଚାଲିଯାଇଥିଲେ ।
ଏହା ବି ପଢ଼ନ୍ତୁ: ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ ଜିତିବା ସମ୍ଭାବନା ଅଧିକ: ଧୋନୀ
ଭାରତ ଓ ପାକିସ୍ତାନ ସମେତ ଆମେରିକା, ନେଦରଲାଣ୍ଡସ୍ ଓ ନାମିବ୍ୟା ଟ୍ବେଣ୍ଟି-୨୦ ବିଶ୍ବକପର ଗ୍ରୁପ୍-ଏ ରେ ଅଛନ୍ତି । ଫେବ୍ରୁଆରି ୧୫ରେ କଲମ୍ବୋଠାରେ ବହୁଚର୍ଚ୍ଚିତ ଭାରତ ଓ ପାକିସ୍ତାନ ମ୍ୟାଚ ଖେଳାଯିବ । କିନ୍ତୁ ଏହି ମ୍ୟାଚ୍କୁ ବର୍ଜନ କରିବ ବୋଲି ପାକିସ୍ତାନ ଧମକ ଦେଇଥିବାରୁ ତାହାକୁ ନେଇ ବଡ଼ ବିବାଦ ଦେଖାଦେଇଛି । ବିଶ୍ବକପକୁ ବାଂଲାଦେଶକୁ ବାହାର କରାଯିବାର ପ୍ରତିବାଦରେ ଓ ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଏପରି ଧମକ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/27/gautam-gambhir-2025-11-27-10-19-03.jpg)