Pakistan's Bold Response- ଭାରତ ନିଷ୍ପତ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ରାଗିକି ଖପ୍ପା

ଭାରତର କୂଟନୈତିକ ଆଲୋଚନାକୁ ଦେଖି ଛାନିଆ ହେଲାଣି ପାକିସ୍ତାନ

Pakistan PM Reaction On India

Pakistan PM Reaction On India Photograph: (kanak News)

କନକ ବ୍ୟୁରୋ: ପହଲଗାମ୍‌ରେ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବାକୁ ଆଦୌ ଇଚ୍ଛା କରୁନି । ଗୋଟିଏ ପରେ ଗୋଟିଏ ଚୁକ୍ତିକୁ ରଦ୍ଦ କରିବାରେ ଅଗ୍ରସର ହେଉଛି ଭାରତ । ଖାସ କରି ସିନ୍ଧୁ ଚୁକ୍ତିକୁ ରଦ୍ଦ କରିବା ପରେ ରାଗରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । କେମିତି ଖରା ଦିନରେ ପାଣି ବିନା ତ୍ରାହିତ୍ରାହି ଡାକିବ ପାକିସ୍ତାନ ସେନେଇ ବାସ୍ତବତା ଜାଣିବା ପରେ ମିଛୁଟାରେ କହୁଛି ଆମେ ଜୋରଦାର ଜବାବ ଦେବୁ । ହେଲେ ସେ ଜବାବ କଣ ରହିବ ସେନେଇ କିନ୍ତୁ ମୁହଁ ଖୋଲୁନି । କେବଳ ଚାପ ସୃଷ୍ଟି କରିବାକୁ ଯେଉଁ ଉଦ୍ୟମ କରୁଛି ତାହାକୁ ନେଇ ଖୋଦ୍‌ ପାକିସ୍ତାନୀମାନେ ବି ଅନୁଭବ କରିସାରିଲେଣି । 

ଜୀବନରେ କେବେ ସୁଧୁରିବନି ପାକିସ୍ତାନ
ଏତେ ସରି ଭୋଗିଲାଣି
ଏବେ ବି କହୁଛି ଆମେ ଲଢେଇ ପାଇଁ ପ୍ରସ୍ତୁତ ଅଛୁ
ଶେହବାଜ ସରିଫ୍‌ଙ୍କ ବଡ଼ ବୟାନ
କହିଲେ, ଆମ ଆର୍ମିକୁ କାହାଠୁ କମ୍‌ ନୁହେଁ

ଭାରତର କୂଟନୈତିକ ଆଲୋଚନାକୁ ଦେଖି ଛାନିଆ ହେଲାଣି ପାକିସ୍ତାନ । କେମିତି ନିଜ ଦେଶକୁ ବଂଚାଇବ ସେନେଇ ଅନେକ ରଣନୀତି କରୁଛି ପଡ଼ୋଶୀ । ଏହାରି ଭିତରେ କହୁକହୁ କହିଦେଇଛନ୍ତି ପାକ୍‌ ପିଏମ୍‌, ଭାରତ ପାଣି ଉପରେ ଯେଉଁ ପ୍ରତିବନ୍ଧକ ଲଗାଇଛି ତାହାକୁ ସହଜରେ ଗ୍ରହଣ କରାଯାଇପାରିବ ନାହିଁ । ଏହାର ଉଚିତ୍‌ ଜବାବ ଆମେ ନିଶ୍ଚିତ ଦେବୁ । ଆମ ଦେଶ ଛୋଟ ନୁହେଁ ଶତ୍ରୁକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ । ଆମ ପାଖରେ ବିଶାଳ ଆର୍ମି ଅଛି । ସେମାନେ କେବେ ଚୁପ ବସିନାହାନ୍ତି କି ବସିବେ ନାହିଁ । ତେଣୁ ଆମକୁ ଆଦୌ ଦୁର୍ବଳ ଭାବିବା ଠିକ୍‌ ନୁହେଁ । 

ଜବାବ ଦେବାରେ ବିଶ୍ବାସ ରଖେ ପାକିସ୍ତାନ

ସେପଟେ ଭାରତ ନାଁ ନେଇନଥିଲେ ବି ଭାରତକୁ ଇଙ୍ଗିତ କରି ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଉପରେ ଯିଏ ଅଙ୍ଗୁଳି ଉଠାଇବ ଆମେ ତାକୁ ଉଚିତ୍‌ ଜବାବ ଦେବୁ । ହେଲେ ସେ ବୋଧହୁଏ ଭୁଲିଯାଉଛନ୍ତି କି, ପାକିସ୍ତାନ ପାଖରେ ଯାହା ଅଛି ତାହାଠାରୁ ଢେର ଅଧିକ ଭାରତ ପାଖରେ ଅଛି ଅସ୍ତ୍ରଶସ୍ତ୍ର । ଭାରତ ଯଦି ଚାହିବ ବିଶ୍ବ ମ୍ୟାପରୁ ପାକିସ୍ତାନ ଲିଭିଯିବ । ଏହାପରେ ବି ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେଉଁପରି ଭାବରେ ବୟାନବାଜି ଜାରି ରଖୁଛି ସେଥିରୁ ଗୋଟିଏ କଥା କୁହାଯାଇପାରେ ଚୋର ମୁହଁ ଟାଣ । ଅର୍ଥାତ୍‌ ପାଖରେ ସମ୍ବଳ ନଥାଇ ବି ଏତେ ବାହାସ୍ଫୋଟ କେମିତି ମାରୁଛି ତାହାକୁ ନେଇ ଚର୍ଚ୍ଚା ଜୋର । 

ମୋଟ୍‌ ଉପରେ ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ଡରିକି ଛାନିଆ ହେଲାଣି । ଖୋଦ୍‌ ସେନାମୁଖ୍ୟ ନିଜ ପରିବାରର ସଦସ୍ୟଙ୍କୁ ବିଦେଶ ପଠାଇଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଖବର ମିଳିଛି । ଯେଉଁଠି ସେନାମୁଖ୍ୟ ନିଜେ ଡରିକି ଥରହର ହେଲେଣି ସେଇଠି ପାକ୍‌ ପ୍ରଧାନମନ୍ତ୍ରୀ ଏମିତି କେମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe