କନକ ବ୍ୟୁରୋ: ସୀମାରେ ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସତ ମାନୁଛି ପାକିସ୍ତାନ । ଆତଙ୍କବାଦକୁ ନିଜ ମାଟିରେ ୩୦ ବର୍ଷ ଧରି ପୋଷିରଖିଛି । କେବଳ ସେତିକି ନୁହେଁ ଏସବୁ ପାଇଁ ପଶ୍ଚିମ ଦେଶମାନେ ଦାୟୀ ବୋଲି ନିର୍ଲଜତାର ସହ ସ୍ବୀକାର କରିଛି ପାକ୍ । ଯୁଦ୍ଧକୁ ନେଇ ନୂଆ ନୂଆ ନେରେଟିଭ ବା ଆଲୋଚନା ଆସୁଥିବା ବେଳେ ବିଶ୍ବ ଆଗରେ ଅଦ୍ଭୁତ ଖୁଲାସା କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ଟିଭି ଚାନେଲ ସକ୍ଷାତାରେ ଆସିଫ୍ ଦେଇଥିବା ତଥ୍ୟ ବେଶ ରୋଚକ ମଧ୍ୟ, ସେ କହିଛନ୍ତି,
୩୦ ବର୍ଷ ହେଲା ଆତଙ୍କୀଙ୍କୁ ପାଳିଛୁ
ଭୟରେ ଭୁଲ୍ ମାନିଲା ନିର୍ଲଜ ପାକିସ୍ତାନ
ଆମେରିକା ଓ ବ୍ରିଟେନ୍ ହେଉଛନ୍ତି ଆତଙ୍କବାଦର ଜନକ
ଆମେରିକା କଥା ମାନି ଭୁଲ କରିଛି ଇସଲାମାବାଦ
ଯୁଦ୍ଧ ପୂର୍ବରୁ ପାକିସ୍ତାନ ଉଗାରୁଛି ଇତିହାସ
ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ନୂଆ ଦାବି
ସୋଭିଏତ ଯୁଦ୍ଧ ବେଳେ ସମର୍ଥନ କରି ଭୁଲ୍ କଲୁ
ଖରାପ କାର୍ୟ୍ୟ ପାଇଁ ପାକିସ୍ତାନ ଦଣ୍ଡ ଭୋଗୁଛି
୩ ଦଶନ୍ଧି ଧରି ଆତଙ୍କୀଙ୍କୁ ପାକିସ୍ତାନ ପାଳୁଛି
ଏଥିପାଇଁ ଆମେରିକା, ବ୍ରିଟେନ୍ ଓ ପାଶ୍ଚାତ ଦେଶ ଦାୟୀ
ସେପଟେ ଏନେଇ ଆମେରିକା ତରଫରୁ ଆସିନି କୌଣସି ସ୍ପଷ୍ଟୀକରଣ । ଅନ୍ୟପଟେ ଆମେରକୀୟ ଗଣମାଧ୍ୟମ ଉପରେ ବର୍ଷିଛି ଟ୍ରମ୍ପ ପ୍ରଶାସନ । ପହଲଗାମ ଘଟଣାର ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସର ଏକ ଲେଖାକୁ ନେଇ ଆପତ୍ତି ଉଠାଇଛି ଟ୍ରମ୍ପ ପ୍ରଶାସନ । ଲସ୍କର ଆତଙ୍କୀଙ୍କୁ ଉଗ୍ରବାଦୀ ବୋଲି ରିପୋର୍ଟରେ ଦର୍ଶାଇଥିଲା ନ୍ୟୁୟର୍କ ଟାଇମ୍ସ ଯାହାକୁ ନାପସନ୍ଦ କରି ଏକ୍ସରେ ପାଠ ଶିଖାଇଥିଲା ଟ୍ରମ୍ପ ପ୍ରସାଶନ । ଯାହା ଏବେ ଆମେରିକାର ସରକାରର ଭୂମିକା ନେଇ ଚାଲିଥିବା ନେରେଟିଭ୍ ଗେମକୁ ପଦାରେ ପକାଇଦେଇଛି ।