ଭାରତ ସହ ସମ୍ଭାବ୍ୟ ଯୁଦ୍ଧକୁ ନେଇ ପାକିସ୍ତାନର ପୂର୍ବ ପ୍ରସ୍ତୁତି, ୨ ମାସ ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଲେ ପିଓକେ ପ୍ରଧାନମନ୍ତ୍ରୀ

Advertisment

କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାକ୍‌ର ଯୋଜନା । ପାଣ୍ଠି ଟଙ୍କାରେ ଯୁଦ୍ଧ ସମୟରେ କିଣାହେବ ଖାଦ୍ୟ, ଔଷଧ ଏବଂ ଜରୁରୀ ସାମଗ୍ରୀ ।

Updated On

କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାକ୍‌ର ଯୋଜନା । ପାଣ୍ଠି ଟଙ୍କାରେ ଯୁଦ୍ଧ ସମୟରେ କିଣାହେବ ଖାଦ୍ୟ, ଔଷଧ ଏବଂ ଜରୁରୀ ସାମଗ୍ରୀ ।

ଅଦ୍ୟତନ ହୋଇଛି
ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି

ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି Photograph: (KanakNews)

କନକ ବ୍ୟୁରୋ:  ଭାରତର ଆକ୍ରମଣ ଭୟ। ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି। ୨ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ । ପାକିସ୍ତାନ କାଶ୍ମୀର ଅଧିକାରୀ ଏଲଓସି ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖାଦ୍ୟ, ଔଷଧ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ ସରକାର। ଭାରତ ସୀମାବର୍ତ୍ତି ଅଞ୍ଚଳରେ ଥିବା ୧୩ ଜିଲ୍ଲା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହ ୩ ଦଶମିକ ୫ ମିଲିୟଲ ଡଲାର ଅର୍ଥାତ ୩୦ କୋଟି ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଞ୍ଚଳିକ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ ହକ୍ ।

ଏଥିସହ ଭାରତ ସୀମାକୁ ସଂଯୋଗ ସବୁ ରାସ୍ତା ମରାମତି କରିବାକୁ କୁହାଯାଇଛି । ଏହି ପାଣ୍ଠିରେ ଖାଦ୍ୟ, ମେଡିସିନ୍ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପରେ ଭାରତ କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ପାକିସ୍ତାନ । ସେଥିପାଇଁ ଯୁଦ୍ଧ ଭଳି ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe