କନକ ବ୍ୟୁରୋ: ଭାରତର ଆକ୍ରମଣ ଭୟ। ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି। ୨ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ । ପାକିସ୍ତାନ କାଶ୍ମୀର ଅଧିକାରୀ ଏଲଓସି ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖାଦ୍ୟ, ଔଷଧ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ ସରକାର। ଭାରତ ସୀମାବର୍ତ୍ତି ଅଞ୍ଚଳରେ ଥିବା ୧୩ ଜିଲ୍ଲା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହ ୩ ଦଶମିକ ୫ ମିଲିୟଲ ଡଲାର ଅର୍ଥାତ ୩୦ କୋଟି ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଞ୍ଚଳିକ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ ହକ୍ ।
ଏଥିସହ ଭାରତ ସୀମାକୁ ସଂଯୋଗ ସବୁ ରାସ୍ତା ମରାମତି କରିବାକୁ କୁହାଯାଇଛି । ଏହି ପାଣ୍ଠିରେ ଖାଦ୍ୟ, ମେଡିସିନ୍ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପରେ ଭାରତ କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ପାକିସ୍ତାନ । ସେଥିପାଇଁ ଯୁଦ୍ଧ ଭଳି ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/02/YM9hJS7dXsFdDHBNITfw.jpg)