କନକ ବ୍ୟୁରୋ : ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା । ଏହାପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍ ଭିସା ପାଇଁ କମିସନରେଟ୍ ପୁଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ୍ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ୍ ହୋଇଛି ।
ଭୁବନେଶ୍ବରରେ ପାକିସ୍ତାନୀ ମହିଳା; ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି
ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା ।
/kanak/media/media_files/2025/04/26/MZUfPqU9Uyc7t7Jl6BDW.jpg)