କନକବ୍ୟୁରୋ : ଭାରତ ଉପରେ ପୁଣି ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପାକିସ୍ତାନୀ ଆତଙ୍କୀ  ।   ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ ଓ ଆକ୍ରମଣ ପାଇଁ ବଡ ଷଡଯନ୍ତ୍ର ରଚାଯାଉଥିବା ସର୍ତକ କରାଇଛି ନେପାଳ ।   ଲସ୍କର ଏ ତୋୟବ ଓ ଜୈଶ ଏ ମହମ୍ମଦ  ଆତଙ୍କୀ ନେପାଳ ଦେଇ ଭାରତରେ ଅନୁପ୍ରବେଶ  ଓ ଭିଡବହୁଳ ରାସ୍ତା ଉପରେ ଆକ୍ରମଣ କରିପାରନ୍ତି ବୋଲି ସତର୍କ କରାଇଛନ୍ତି ରାଷ୍ଟ୍ରପତିଙ୍କ ପ୍ରମୁଖ ପରାମର୍ଶଦାତା ସୁନୀଲ ବାହାଦୂର ।

Advertisment

ଏଥିସହ ସେ ଭାରତ-ସୀମାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି  ।  ଭିଜା ମୁକ୍ତ ଯାତାୟତର ଫାଇଦା ଉଠାଇପାରନ୍ତି ଆତଙ୍କୀ । ଏଥିପାଇଁ ଉଭୟ ଭାରତ ଓ ନେପାଳ ସରକାର,ସେନା ଓ ଗୁଇନ୍ଦା ସଂସ୍ଥା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତ୍ବରାନିତ୍ବ କରିବା ଆବଶ୍ୟକ ।ପୁଣି ଥରେ ନଜର ପକାଇବା ନେପାଳ ସରକାରଙ୍କ ସୂଚନା ଉପରେ