ଏମାନଙ୍କ ପରିଚୟ ଭାରତୀୟ କିନ୍ତୁ ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ମୋଟାଅଙ୍କର ଅର୍ଥ ନେଇ ଦେଶଦ୍ରୋହ କାମ କରୁଥିଲେ । ଉଚ୍ଚଶିକ୍ଷିତ,ଭଲ ପରିବାର, ସମାଜରେ ପ୍ରତିଷ୍ଠିତ ପରିଚୟ ସହ ବଞ୍ଚୁଥିଲେ କିନ୍ତୁ ନିଜ ମାନବିକତାକୁ ମାରି ପାକିସ୍ତାନ ପାଇଁ କାମ କରୁଥିଲେ । ଶତ୍ରୁ ଦେଶ ପାଇଁ ଗୁଇନ୍ଦାଗିରି କରୁଥିବା ଗୁପ୍ତଚରଙ୍କ ତାଲିକା ବଢିବାରେ ଲାଗିଛି । ୩ ଦିନ ଭିତରେ ଧରା ପଡିଲେଣି ୧୦ରୁ ଅଧିକ ଗୁପ୍ତଚର । କିଏ ୟୁଟ୍ୟୁବର୍ ତ ପୁଣି କିଏ ବ୍ୟବସାୟୀ,ଆଉ କିଏ ଶିକ୍ଷକ । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶରୁ ଧରାପଡିଥିବା ଗୁପ୍ତଚରଙ୍କ ନିକଟରୁ ଅଧିକ ତଥ୍ୟ ଉଗାରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଏଣ୍ଟ୍ରି ମଧ୍ୟ ହେଲାଣି ।
ସେପଟେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ହରିୟାଣାର ଟ୍ରାଭେଲ ବ୍ଲଗର୍ ତଥା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା । ପାକିସ୍ତାନର ବଡ ବଡିଆଙ୍କ ସହ ତାଙ୍କର ଉଠାବସା ଥିଲା । ଏପରିକି ପାକିସ୍ତାନର ବଡ଼ ବଡ଼ ରାଜନେତାଙ୍କୁ ମଧ୍ୟ ସେ ଭେଟିଥିଲେ । ଗିରଫ ପରେ ଜ୍ୟୋତିଙ୍କୁ ରିମାଣ୍ଡରେ ନେଇଥିବା ହରିୟାଣା ପୁଲିସ ଗୋଟିଏ ପରେ ଗୋଟିଏ ତଥ୍ୟ ଉଗାରୁଛି ।
୩ ଦିନ ଭିତରେ ୧୦ରୁ ଅଧିକ ଗୁପ୍ତଚର ଗିରଫ ହେବା ପରେ ଗୋଟିଏ କଥା ସ୍ପଷ୍ଟ ଯେ ଭାରତରେ ମାଳ ମାଳ ପାକିସ୍ତାନ ଗୁପ୍ତଚର ରହିଛନ୍ତି । ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ପରେ ଦେଶର ଅନ୍ୟାନ୍ୟ ଭାଗରେ ଏମାନଙ୍କ ଚେର ମାଡିଥିବା ଆଶଙ୍କା ରହିଛି । ସ୍ଥିତିକୁ ଦେଖି ପଞ୍ଜାବ ଓ ହରିୟାଣା ପୁଲିସ ଜରୁରୀ ବୈଠକ ଡକାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/05/19/Sx6Iwi7XLNmzOppoeNAo.jpg)