କନକବ୍ୟୁରୋ : ପାକିସ୍ତାନ ସହ ଭିତିରି ସଂଯୋଗରେ ଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି । ଜ୍ୟୋତି କହିଛନ୍ତି ,ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିସନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ।

Advertisment

ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଜ୍ୟୋତି କହିଛନ୍ତି , ୨୦୨୩ ମସିହାରେ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ୍ ଯାଇଥିଲି ଏବଂ ପାକିସ୍ତାନ ଗସ୍ତ ସମୟରେ ଜ୍ୟୋତି ଦାନିଶଙ୍କ ସହଯୋଗୀ ଅଲି ହାସନଙ୍କୁ ଭେଟିଥିଲେ , ଯିଏ ଜ୍ୟୋତିଙ୍କ ରହିବା ଏବଂ ଯାତ୍ରା ବ୍ୟବସ୍ଥା କରିଥିଲେ। ପରେ ଜ୍ୟୋତି ଦାନିଶଙ୍କ ମୋବାଇଲ୍ ନମ୍ବର ନେଇଥିଲେ । ଜ୍ୟୋତି କହିଛନ୍ତି, ମୁଁ ଦୁଇଥର ପାକିସ୍ତାନ ଯାତ୍ରା କରିଥିଲି, ଯେଉଁଠାରେ ମୁଁ ଦାନିଶଙ୍କ ଅନୁରୋଧରେ ତାଙ୍କ ପରିଚିତ ଅଲି ହାସନଙ୍କୁ ଭେଟିଥିଲି  ।  

ଜ୍ୟୋତି ଆହୁରି ପ୍ରକାଶ କରିଛନ୍ତି  ଅଲି ହାସନ ତାଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀ ବୋଲି ବିଶ୍ୱାସ କରାଯାଉଥିବା ଦୁଇ ଜଣ ବ୍ୟକ୍ତି - ଶାକିର ଏବଂ ରାଣା ଶାହବାଜଙ୍କ ସହିତ ପରିଚୟ କରାଇଥିଲେ ।  ଜ୍ୟୋତି ଶାକିରଙ୍କ ମୋବାଇଲ୍ ନମ୍ବର ଜାଟ ରାଧାୱାନ ନାମରେ ସେଭ୍ କରିଥିଲେ ।  

ଯାହାଦ୍ୱାରା କେହି ଜ୍ୟୋତିଙ୍କୁ ସନ୍ଦେହ କରିବେ ନାହିଁ । ଜ୍ୟୋତି ଏହା ମଧ୍ୟ ମାନିଛନ୍ତି ଏନ-କ୍ରିପ୍ଟେଡ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଦେଶ ବିରୋଧୀ ସୂଚନା ସେୟାର କରିଛନ୍ତି ।

ପଚରାଉଚରା ବେଳେ ଜ୍ୟୋତି କହିଛନ୍ତି ସନ୍ଦେହ ଏଡାଇବା ପାଇଁ  ଶାକିରଙ୍କ ନମ୍ବରକୁ 'ଜଟ୍ ରାଧାୱାନ ଛଦ୍ମ ନାମରେ ତାଙ୍କ ଫୋନରେ ସେଭ୍ କରିଥିଲେ। ଅନ୍ୟପଟେ ଜ୍ୟୋତିଙ୍କ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି, ଯେଉଁଥିରେ ଜ୍ୟୋତି ଆଇଏସଆଇ ଏଜେଣ୍ଟ ଅଲି ହାସନଙ୍କ ସହ କଥାବାର୍ତ୍ତା କରି କହୁଛନ୍ତି, ମୋତେ ପାକିସ୍ତାନରେ ବିବାହ କରାଅ ।

ଏହି ଚାଟରୁ ଜ୍ୟୋତିଙ୍କ ପାକିସ୍ତାନ ସହ ସମ୍ପର୍କ ଓ ତାଙ୍କର ଭାବନା ସନ୍ଦେହକୁ ଆହୁରୀ ବଢାଇଛି  । ଜ୍ୟୋତିଙ୍କ ଫୋନରୁ ମିଳିଥିବା ଚାଟରୁ ଜଣାପଡ଼ିଛି , ଜ୍ୟୋତି ଆଇଏସଆଇ ଏଜେଣ୍ଟ ଅଲି ହାସାନଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଜ୍ୟୋତି ଅମୃତସରର ସ୍ବର୍ଣ୍ଣ ମନ୍ଦିର ଏବଂ କାଶ୍ମୀରର ପର୍ଯ୍ୟଟନ ସ୍ଥଳଗୁଡ଼ିକର ଭିଡିଓ ଓ ତଥ୍ୟ ହ୍ୱାଟସଆପ, ସ୍ନାପଚାଟ ଓ ଟେଲିଗ୍ରାମ ଜରିଆରେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପଠାଉଥିଲେ ।  

ପୁଲିସ ତଦନ୍ତରୁ ଜଣାପଡ଼ିଛି  ଜ୍ୟୋତି ଜମ୍ମୁ ଓ କାଶ୍ମୀରର ଜଣେ ୟୁଟ୍ୟୁବରଙ୍କୁ ମଧ୍ୟ ଆଇଏସଆଇ ଏଜେଣ୍ଟଙ୍କ ସହ ପରିଚୟ କରାଇ ଦେଇଥିଲେ। ଅପରେସନ ସିନ୍ଦୂ ର ସମୟରେ ଓ ପରେ ମଧ୍ୟ ଗଦ୍ଦାର ଜ୍ୟୋତି ଭାରତୀୟ ସେନାର ଗତିବିଧି ଓ ଗଣମାଧ୍ୟମ ରିପୋର୍ଟ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପ୍ରଦାନ କରିଛନ୍ତି ।

ଫୋନରୁ ମିଳିଥିବା ଡାଏରୀରୁ ଏହା ସ୍ପଷ୍ଟ ହୋଇଛି ଯେ ଜ୍ୟୋତି ଭାରତୀୟ ଏଜେଣ୍ଟମାନଙ୍କ ତଥ୍ୟ ମଧ୍ୟ ଆଇଏସଆଇକୁ ପଠାଉଥିଲେ । ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜ୍ୟୋତିଙ୍କ ଫୋନ ଓ ଡାଏରୀର ବିଶ୍ଳେଷଣ କରୁଛି ।

ଅନ୍ୟପଟେ ଜ୍ୟୋତିଙ୍କ ଗିରଫଦାରୀକୁ ସହଜରେ ହଜମ କରିପାରୁନାହାନ୍ତି ପାକ୍ ୟଟ୍ୟୁବର  । ସୂଚନା ଅନୁସାରେ ଜ୍ୟୋତିଙ୍କ ଭିଡିଓକୁ ପାକ୍ ଇନ୍‌ଫ୍ଲ୍ୟୁଏନ୍‌ସର ଭାଇରାଲ୍‌ କରୁଥିଲେ । ପାକିସ୍ତାନ୍‌ ଇନ୍‌ଫ୍ଲ୍ୟୁଏନ୍‌ସରଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି ।  ପାକ୍ ଇନ୍‌ଫ୍ଲ୍ୟୁଏନ୍‌ସରଙ୍କ ହିରା ବତୁଲ ଜ୍ୟୋତିଙ୍କ ଗିରଫକୁ ବିରୋଧ କରିଛନ୍ତି  ।  ଜ୍ୟୋତି ଭାରତର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲେ ।