କନକ ବ୍ୟୁରୋ: ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ଯବାନ ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଜଣେ ଭାରତୀୟ ଯବାନ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଅଟକ ରଖିଛନ୍ତି । ଏପ୍ରିଲ ୨୨ରେ ପଞ୍ଜାବ ସୀମାରେ ବିଏସଏଫ୍ ଯବାନ ପୂର୍ଣ୍ଣ କୁମାର ସ’ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ସେବେଠାରୁ ତାଙ୍କୁ ଅଟକ ରଖିଛି ପାକିସ୍ତାନ ।
ରାଜସ୍ଥାନରେ ପାକିସ୍ତାନୀ ରେଞ୍ଜର ଗିରଫ; ସୀମା ପାର ହୋଇ ଅନୁପ୍ରବେଶ ପରେ ଗିରଫ କଲା ବିଏସଏଫ୍
ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ ।
/kanak/media/media_files/2025/05/04/MenK7kQekew47J9z02V6.webp)