Photograph: (kanaknews)
କନକବ୍ୟୁରୋ : ପାକିସ୍ତାନରୁ ବଡ଼ ଖବର । ଭାରତର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ସୈନ୍ୟ ବଙ୍କରରେ ଲୁଚିବାକୁ ଯୋଜନା କରିଥିଲେ । ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରି ଏକ ଜନସଭାରେ ଏହା କହିଛନ୍ତି । ଜର୍ଦାରି କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ଖବର ପାଇଲା ପରେ ସେନା ଅଧିକାରୀମାନେ ତାଙ୍କୁ ବଙ୍କରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ନୂଆ ଖୁଲାସା : ପାକିସ୍ତାନ ଲିଙ୍କ୍ ସହ ମିଳିଛି ସାଂଘାତିକ ତଥ୍ୟ
ସେ ଚାରି ଦିନ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ସଂଘର୍ଷ ହେବ ବୋଲି ଆଶଙ୍କା କରିଥିଲେ । ଅପରେସନ୍ ସିନ୍ଦୂର ଜରିଆରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପିଓକେରେ ଭାରତ ୯ଟି ଆତଙ୍କବାଦୀ ଠିକଣା ଧ୍ୱଂସ କରିଥିଲା । ପାକିସ୍ତାନର ପ୍ରତିଆକ୍ରମଣ ବିଫଳ ହେବା ପରେ ଭାରତ ୧୧ଟି ପାକ୍ ବାୟୁଘାଟି ଧ୍ୱଂସ କରିଥିଲା। । ଏହି ଭାଇରାଲ୍ ଭିଡିଓ ପାକିସ୍ତାନର ଦୁର୍ବଳତାକୁ ପଦାରେ ପକାଇଛି ।
ଅପରେସନ ସିନ୍ଦୂର ଭୟ
ବଙ୍କରରେ ଲୁଚିଥିଲେ ପାକ୍ ସୈନ୍ୟ
ସତ ମାନିଲେ ପାକିସ୍ତାନ ରାଷ୍ଟ୍ରପତି ଜର୍ଦ୍ଦାରି
ଅପରେସନ ସିନ୍ଦୂର ସମୟରେ ପାକ୍ ସୈନ୍ୟ ବଙ୍କରରେ ଲୁଚିଥିଲେ
ସେନା ଅଧିକାରୀମାନେ ତାଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ ଦେଇଥିଲେ
ଜର୍ଦ୍ଦାରି ଚାରି ଦିନ ପୂର୍ବରୁ ଭାରତ-ପାକ୍ ସଂଘର୍ଷ ଆଶଙ୍କା କରିଥିଲେ
ପହଲଗାମ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର କରିଥିଲା
ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଠିକଣା ଧ୍ୱଂସ କରିଥିଲା ଭାରତ
ପାକିସ୍ତାନର ପ୍ରତିଆକ୍ରମଣ ବିଫଳ ହୋଇଥିଲା
ଭାରତ ୧୧ଟି ପାକ୍ ବାୟୁଘାଟି ଧ୍ୱଂସ କରିଥିଲା
ଜର୍ଦ୍ଦାରି କହିଛନ୍ତି, ପାକିସ୍ତାନ ଯୁଦ୍ଧଭୂମିରେ ଲଢ଼ିବାକୁ ତୈୟାର
କିନ୍ତୁ ନେତାମାନେ ବଙ୍କରରେ ମରନ୍ତି ନାହିଁ ବୋଲି କହିଛନ୍ତି ଜର୍ଦ୍ଦାରି
ଜର୍ଦ୍ଦାରି ଏହି ମନ୍ତବ୍ୟ ଏକ ଜନସଭାରେ ଦେଇଛନ୍ତି
ଭାଇରାଲ୍ ଭିଡିଓ ପାକିସ୍ତାନର ଦୁର୍ବଳତାକୁ ପଦାରେ ପକାଇଛି
Follow Us