ଶେହବାଜ -ମୁନୀରଙ୍କୁ ଉପହାସ କଲେ ପାକିସ୍ତାନ ନେଟିଜେନ

Advertisment

ଭାରତ ଓ ଆମେରିକା ଶୁଳ୍କ ହ୍ରାସ ଚୁକ୍ତି ଘୋଷଣା କରିବା ପରେ ପାକିସ୍ତାନୀ ନେଟିଜେନମାନେ ଦେଶର ବେସାମରିକ ଓ ସାମରିକ ନେତୃତ୍ୱକୁ ଉପହାସ କରିଛନ୍ତି।

ଭାରତ ଓ ଆମେରିକା ଶୁଳ୍କ ହ୍ରାସ ଚୁକ୍ତି ଘୋଷଣା କରିବା ପରେ ପାକିସ୍ତାନୀ ନେଟିଜେନମାନେ ଦେଶର ବେସାମରିକ ଓ ସାମରିକ ନେତୃତ୍ୱକୁ ଉପହାସ କରିଛନ୍ତି।

04bbs_9_04022026_111

Photograph: (kanaknews)

କନକ ବ୍ୟୁରୋ : ଭାରତ ଓ ଆମେରିକା ଶୁଳ୍କ ହ୍ରାସ ଚୁକ୍ତି ଘୋଷଣା କରିବା ପରେ ପାକିସ୍ତାନୀ ନେଟିଜେନମାନେ ଦେଶର ବେସାମରିକ ଓ ସାମରିକ ନେତୃତ୍ୱକୁ ଉପହାସ କରିଛନ୍ତି। ସେମାନେ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଘୋଷଣା କରି ପାକିସ୍ତାନୀ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହିତ ଜଣେ ପ୍ରେମିକା ପରି ବ୍ୟବହାର ଦେଖାଇ ପ୍ରତାରଣା କରିଛନ୍ତି । 

ଅଧିକ ପଢନ୍ତୁ... ସମୁଦ୍ରରେ ଭାସି ଯାଉଥିବା ମା’ ଓ ଭାଇଭଉଣୀକୁ ବଞ୍ଚାଇଲେ ୧୩ ବର୍ଷ ବାଳକ

ଶାହବାବ ସରିଫ ଓ ମୁନିର ଜୋକର ପାଲଟି ଯାଇଛନ୍ତି। ପାକିସ୍ତାନୀ ନେଟିଜେନମାନେ କହିଛନ୍ତି, ଭାରତ ନିଜ ପାଦରେ ଠିଆ ହୋଇଛି ।  କଡ଼ା ଆଭିମୁଖ୍ୟ ଜାରି ରଖିଛି। ମୁନିର ଓ ଶାହବାଜଙ୍କ ପରି ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ନତମସ୍ତକ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା ପରେ ସୋମବାର ଟ୍ରମ୍ପ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ପାକିସ୍ତାନୀମାନେ ଦର୍ଶାଇଛନ୍ତି ଟ୍ରମ୍ପ ପ୍ରଶାସନ ଆଗରେ ନୀରବ ନ ହୋଇ ଭାରତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି କରିପାରିଛି।

ଭୁଲିଯାଅ ମୋତେ, ମୋ ଶରୀର ମୋ ସ୍ୱାମୀଙ୍କର
ଡୋନାଲ୍ଡ ଟ୍ରମ୍ପ ଫିଲ୍ଡ ମାର୍ଶାଲଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ମହିଳା ଭାବେ ବ୍ୟବହାର କରିଛନ୍ତି। ଯିଏ ତାଙ୍କ ପ୍ରେମିକଙ୍କୁ ସମସ୍ତ ବେଆଇନ ଓ ଘୃଣ୍ୟ କାମ କରିବାକୁ ବାଧ୍ୟ କରନ୍ତି। ଯେତେବେଳେ କିଛି ଦେବା କିମ୍ବା ନେବାର ସମୟ ଆସେ, ସେ କୁହନ୍ତି ଯେ ମୁଁ ମୋ ପରିବାରର ନିଷ୍ପତ୍ତି ମାନିବାକୁ ବାଧ୍ୟ, ମୋତେ ଭୁଲିଯାଅ। ମୋ ଶରୀର ମୋ ସ୍ୱାମୀଙ୍କର ରହିବ, କିନ୍ତୁ ମୋ ଆତ୍ମା ସର୍ବଦା ତୁମର ରହିବ। ଉମର ଅଲି ନାମକ ଜଣେ ପାକିସ୍ତାନୀ ୟୁଜର ‌‌ସୋସିଆଲ ମିଡିଆ ଏକ୍ସରେ କଟାକ୍ଷ କରି ଏଭଳି ଲେଖିଛନ୍ତି।

ଚାଟୁକାର ସାଜି ହାତ ଖାଲି
ପାକିସ୍ତାନୀମାନେ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଚାଟୁକାର ସାଜି ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବା ସତ୍ତ୍ୱେ ମୁନିର କିଛି ପାଇଲେ ନାହିଁ। ସେମାନଙ୍କ ହାତ ଖାଲି ରହିଛି। ପାକିସ୍ତାନୀମାନେ କହିଛନ୍ତି, ଭାରତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲା ଓ ତାଙ୍କ ଆକ୍ରମଣାତ୍ମକ ମନୋଭାବ ସତ୍ତ୍ୱେ ଦୃଢ଼ ଭାବରେ ଠିଆ ହୋଇଥିଲା। ପ୍ରତିବଦଳରେ, ଟ୍ରମ୍ପ ଭାରତ ଉପରେ ଆମେରିକାର ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ, ଯାହା ଦକ୍ଷିଣ ଏସିଆରେ ଭାରତର ସମସ୍ତ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ସର୍ବନିମ୍ନ।

ବେଆଇନ ସରକାର ପାକିସ୍ତାନକୁ ଚଳାଉଛନ୍ତି
ପାକିସ୍ତାନ ଶାସକଙ୍କୁ ସମାଲୋଚନା କରିଥିବା ଲୋକେ ଇମ୍ରାନ ଖାନଙ୍କ ସମର୍ଥକ ଓ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ର ସଦସ୍ୟ । ଏକ ବେଆଇନ ସରକାର ପାକିସ୍ତାନକୁ ଚଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବୈଦେଶିକ ନୀତି ବ୍ୟକ୍ତିଗତ ସମ୍ପର୍କକୁ ନେଇ ନୁହେଁ
ପୂର୍ବତନ ପିଟିଆଇ ମନ୍ତ୍ରୀ ହମ୍ମାଦ ଆଝାର କହିଛନ୍ତି ଯେ ଆଧୁନିକ ଯୁଗରେ ବୈଦେଶିକ ନୀତି ବ୍ୟକ୍ତିଗତ ସମ୍ପର୍କକୁ ନେଇ ନୁହେଁ। ଏହା ଅର୍ଥନୈତିକ ଶକ୍ତି, ଶୁଳ୍କ ଓ ବଜାର ପ୍ରବେଶକୁ ଉପଯୋଗ କରିବା ଆଧାରରେ ହୋଇଥାଏ।। ଇୟୁ ଓ ଆମେରିକା ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତି ଏହି କଥାକୁ ପ୍ରମାଣିତ କରୁଛି।

ବୋଲ୍ ତେରେ ସାଥ୍ କ୍ୟା ସଲୁକ୍ କିୟା ଜାଏ
ଏଆଇ ଇମେଜ୍ ପାଇଁ ଜଣାଶୁଣା ପାକିସ୍ତାନୀ କ୍ରିଏଟର ବିଲାଲ ଏଆଇ ଟ୍ରମ୍ପ ଓ ମୋଦିଙ୍କ ସହିତ କାନ୍ଦୁଥିବା ସରିଫ ଏବଂ ମୁନିରଙ୍କ ଏକ ଫଟୋ ସେୟାର କରିଛନ୍ତି। ସେ ଏହାର କ୍ୟାପସନ‌ ଦେଇଛନ୍ତି, ମୁଭର, ସେକର ଏବଂ ବୈଗର। ପାକିସ୍ତାନୀ ଏକ୍ସ ବ୍ୟବହାରକାରୀ ଖୁରମ ଟ୍ରମ୍ପ ଓ ମୋଦୀଙ୍କର ଏକ ଏଆଇ ଚିତ୍ର କରିଛନ୍ତି। ଚିତ୍ରରେ ଟ୍ରମ୍ପ-ମୋଦୀ ମୁନିରଙ୍କୁ ଚିଡ଼ାଇ ତାଙ୍କ କାନ ଟାଣୁଛନ୍ତି। ପୃଷ୍ଠଭୂମିରେ ଏକ ବଲିଉଡ୍ ଗୀତ , ବୋଲ୍ ତେରେ ସାଥ୍ କ୍ୟା ସଲୁକ୍ କିୟା ଜାଏ ବାଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe