କନକ ନ୍ୟୁଜ: ଓଡ଼ିଶାରୁ ସବୁ ପାକିସ୍ତାନୀଙ୍କୁ ତଡ଼ାଯିବା ନେଇ ପ୍ରକ୍ରିୟା ଆରମ୍ଭ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା, ସବୁ ପାକିସ୍ତାନୀକୁ ଚିହ୍ନଟ କରାଯାଇଛି । ଏପଟେ ଭୁବନେଶ୍ବରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି । ଭୁବନେଶ୍ବରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି  ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା ।

Advertisment

ଭିସା ଅବଧି ୨୦୨୪ରୁ ଶେଷ ହୋଇଥିବା ବେଳେ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ୨୦୨୪ରେ ଭିସା ଅବଧି ଶେଷ ହେବା ପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ କରିଛି ।