ସମ୍ବଲପୁର ମଣପୁରମ୍ ସୁନା ଲୁଟ୍ ଘଟଣାରେ ପାକିସ୍ତାନୀ ଲିଙ୍କ୍ !  ପାକିସ୍ତାନରୁ ବନ୍ଧୁକ ଆଣିଥିଲେ ଡକାୟତ !

Advertisment

ମଣପୁରମ୍‌ ସୁନା ଲୁଟରୁ ପାକିସ୍ତାନୀ ବନ୍ଧୁକ କିଣା ସନ୍ଦେହ । ଜବତ ୧୪ ବନ୍ଧୁକ ପାକିସ୍ତାନରୁ କିଣାଯାଇଥିବା ନେଇ ବଢିଛି ଚର୍ଚ୍ଚା ।

ମଣପୁରମ୍‌ ସୁନା ଲୁଟରୁ ପାକିସ୍ତାନୀ ବନ୍ଧୁକ କିଣା ସନ୍ଦେହ । ଜବତ ୧୪ ବନ୍ଧୁକ ପାକିସ୍ତାନରୁ କିଣାଯାଇଥିବା ନେଇ ବଢିଛି ଚର୍ଚ୍ଚା ।

ମଣପୁରମ ଲୁଟ୍ ପାକିସ୍ତାନୀ ଲିଙ୍କ

ମଣପୁରମ ଲୁଟ୍ ପାକିସ୍ତାନୀ ଲିଙ୍କ Photograph: (kanakNews)

କନକ ବ୍ୟୁରୋ:  ସମ୍ବଲପୁର ମଣପୁରମ ସୁନା ଲୁଟ୍‌ରୁ ପାକିସ୍ତାନୀ ବନ୍ଧୁକ କିଣା ସନ୍ଦେହ  । ଜବତ ୧୪ ବନ୍ଧୁକ ପାକିସ୍ତାନରୁ କିଣାଯାଇଥିବା ନେଇ ବଢିଲା ଚର୍ଚ୍ଚା । ୪ଜଣଙ୍କୁ ଦିଲ୍ଲୀରୁ ଗିରଫ କରି ଖୁଲାସା କଲା ସମ୍ବଲପୁର ପୋଲିସ । ଲୁଟ ଘଟଣାରେ ୪ଜଣ ଡକାୟତଙ୍କୁ ଦିଲ୍ଲୀ ପୋଲିସ ସହାୟତାରେ ଗିରଫ କରି ସେମାନଙ୍କଠାରୁ ୧୪ଟି  ବନ୍ଧୁକ ଜବତ କରିଛି ସମ୍ବଲପୁର ପୁଲିସ ।  ଲୁଟ୍ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି! ଡକାୟତ ବୋଲି ସନ୍ଦେହ ହୋଇଛି । ଅଧିକ ତଦନ୍ତ ଚାଲିଥିବାରୁ ଓ ସୁରକ୍ଷା ଦୃଷ୍ଟିରୁ ବନ୍ଧୁକକୁ ପ୍ରଦର୍ଶନ କରିନାହିଁ ପୁଲିସ । କିନ୍ତୁ ଏହି ଟଙ୍କାରେ ପାକିସ୍ତାନୀ ବନ୍ଧୁକ  କିଣାଯାଇଥିବା ଓ ଏହି ବନ୍ଧୁକ  ପଞ୍ଜବ ସୀମା ଦେଇ ଭାରତ ଆସିଥିବା ସନ୍ଦେହ କରାଯାଉଛି ।

ଲୁଟ କରିବା, ଲୁଟ କରି ସୁନା ନେଇଯିବା, ଡକାୟତଙ୍କୁ ଲଜିଷ୍ଟିକ ସପୋର୍ଟ ଦେବା ଘଟଣାରେ ସହଯୋଗ କରିଥିବା ୪ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ  ପୋଲିସ । ଦେଢ ମାସ ଧରି ବରଗଡରେ ରହିବା ପରେ ରେକି କରି ସୁନା ଲୁଟ କରିଛନ୍ତି ଲୁଟେରା । ଗିରଫଦାରୀ ପରେ ଗିରଫଦାରୀ ବଢୁଛି । ପୂର୍ବରୁ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ସୁବୋଧ ସିଂ ସହ ୪ ଜଣ ଗିରଫ ହୋଇଥିଲେ । ଏବେ ଆଉ ୪ ଜଣ ଗିରଫ ହେବା ପରେ ଗିରଫ ସଂଖ୍ୟା ୮ରେ ପହଂଚିଛି । ଡକାୟତମାନେ କଟନୀରୁ ୧୭ କେଜି, ଉଦୟପୁରରୁ ୨୫ କେଜି ସୁନା ଲୁଟ୍ କରିଥିଲେ । ହେଲେ ସମ୍ବଲପୁରରୁ ଜାନୁଆରି ୩ ତାରିଖରେ ଲୁଟ୍ ହୋଇଥିବା ୨୮ କେଜି ସୁନାର ଟେର୍ ପାଇନି ପୁଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe