କନକ ବ୍ୟୁରୋ: ସମ୍ବଲପୁର ମଣପୁରମ ସୁନା ଲୁଟ୍ରୁ ପାକିସ୍ତାନୀ ବନ୍ଧୁକ କିଣା ସନ୍ଦେହ । ଜବତ ୧୪ ବନ୍ଧୁକ ପାକିସ୍ତାନରୁ କିଣାଯାଇଥିବା ନେଇ ବଢିଲା ଚର୍ଚ୍ଚା । ୪ଜଣଙ୍କୁ ଦିଲ୍ଲୀରୁ ଗିରଫ କରି ଖୁଲାସା କଲା ସମ୍ବଲପୁର ପୋଲିସ । ଲୁଟ ଘଟଣାରେ ୪ଜଣ ଡକାୟତଙ୍କୁ ଦିଲ୍ଲୀ ପୋଲିସ ସହାୟତାରେ ଗିରଫ କରି ସେମାନଙ୍କଠାରୁ ୧୪ଟି ବନ୍ଧୁକ ଜବତ କରିଛି ସମ୍ବଲପୁର ପୁଲିସ । ଲୁଟ୍ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି! ଡକାୟତ ବୋଲି ସନ୍ଦେହ ହୋଇଛି । ଅଧିକ ତଦନ୍ତ ଚାଲିଥିବାରୁ ଓ ସୁରକ୍ଷା ଦୃଷ୍ଟିରୁ ବନ୍ଧୁକକୁ ପ୍ରଦର୍ଶନ କରିନାହିଁ ପୁଲିସ । କିନ୍ତୁ ଏହି ଟଙ୍କାରେ ପାକିସ୍ତାନୀ ବନ୍ଧୁକ କିଣାଯାଇଥିବା ଓ ଏହି ବନ୍ଧୁକ ପଞ୍ଜବ ସୀମା ଦେଇ ଭାରତ ଆସିଥିବା ସନ୍ଦେହ କରାଯାଉଛି ।
ଲୁଟ କରିବା, ଲୁଟ କରି ସୁନା ନେଇଯିବା, ଡକାୟତଙ୍କୁ ଲଜିଷ୍ଟିକ ସପୋର୍ଟ ଦେବା ଘଟଣାରେ ସହଯୋଗ କରିଥିବା ୪ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦେଢ ମାସ ଧରି ବରଗଡରେ ରହିବା ପରେ ରେକି କରି ସୁନା ଲୁଟ କରିଛନ୍ତି ଲୁଟେରା । ଗିରଫଦାରୀ ପରେ ଗିରଫଦାରୀ ବଢୁଛି । ପୂର୍ବରୁ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ସୁବୋଧ ସିଂ ସହ ୪ ଜଣ ଗିରଫ ହୋଇଥିଲେ । ଏବେ ଆଉ ୪ ଜଣ ଗିରଫ ହେବା ପରେ ଗିରଫ ସଂଖ୍ୟା ୮ରେ ପହଂଚିଛି । ଡକାୟତମାନେ କଟନୀରୁ ୧୭ କେଜି, ଉଦୟପୁରରୁ ୨୫ କେଜି ସୁନା ଲୁଟ୍ କରିଥିଲେ । ହେଲେ ସମ୍ବଲପୁରରୁ ଜାନୁଆରି ୩ ତାରିଖରେ ଲୁଟ୍ ହୋଇଥିବା ୨୮ କେଜି ସୁନାର ଟେର୍ ପାଇନି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/26/UpQP7VPRgYWGv4B8MaFN.jpg)