କନକ ବ୍ୟୁରୋ : କଟକରେ ପାକିସ୍ତାନୀ ନାଗରିକ । ସହରରେ ବସବାସ କରୁଥିବା ପାକିସ୍ତାନୀ ନାଗରିକଙ୍କୁ ନୋଟିସ । ଏହି ନୋଟିସ କଲା କଟକ କମିସନରେଟ ପୁଲିସ । ବିବାହ ପରେ କିଛି ପାକିସ୍ତାନୀ କଟକରେ ରହୁଛନ୍ତି । ସମସ୍ତଙ୍କ କାଗଜ ପତ୍ର ଯାଞ୍ଚ କରାଯିବ । କେନ୍ଦ୍ର ସରକାରଙ୍କ ଗାଇଡ଼୍ ଲାଇନ ଅନୁଯାୟୀ ହୋଇଛି ନୋଟିସ । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ଗାଇଡ଼୍ ଲାଇନ ଆସିଲା ପରେ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛି କଟକ କମିଶନରେଟ ପୋଲିସ ।
ଜମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତ ସରକାର ନେଉଛନ୍ତି କଡା ପଦକ୍ଷେପ । ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ରାଜ୍ୟକୁ କରିଛନ୍ତି ଆଲର୍ଟ । ଭିସା ଯୋଗେ ପାକିସ୍ତାନରୁ ଭାରତ ଆସିଥିବା ନାଗରିକ ମାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାକିସ୍ତାନ ଫେରିବା ପାଇଁ ଗାଇଡ଼ ଲାଇନ ଜାରି କରିଛି କେନ୍ଦ୍ର ସରକାର। ତେବେ ଏହାରି ଭିତରେ ଓଡିଶା ରେ ୧୨ ଜଣ ପାକିସ୍ତାନ ନାଗରିକ ରହିଥିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରଯାଇଛି ।
ଓଡ଼ିଶାରୁ ସବୁ ପାକିସ୍ତାନୀଙ୍କୁ ତଡ଼ାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା, ସବୁ ପାକିସ୍ତାନୀକୁ ଚିହ୍ନଟ କରାଯାଇଛି । ଏପଟେ ଭୁବନେଶ୍ବରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି । ଭୁବନେଶ୍ବରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା ।
ଭିସା ଅବଧି ୨୦୨୪ରୁ ଶେଷ ହୋଇଥିବା ବେଳେ ଏଗ୍ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ୨୦୨୪ରେ ଭିସା ଅବଧି ଶେଷ ହେବା ପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗ୍ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ କରିଛି ।