କନକ ବ୍ୟୁରୋ: ଭିସା ନେଉଛନ୍ତି ଭିକ ମାଗୁଛନ୍ତି । ସାଉଦି ଆରବରେ ବଢୁଛନ୍ତି ପାକିସ୍ତାନ ଭିକାରୀ । ପାକିସ୍ତାନକୁ ଚେତାବନୀ ଦେଲା ସାଉଦି ସରକାର । ବର୍ତ୍ତମାନ ସଂଖ୍ୟାରେ ସାଉଦି ଆରବରେ ଯେତିକି ଭିକାରୀ ରହୁଛନ୍ତି ବା ରାସ୍ତା ଘାଟରେ ଭିକ ମାଗୁଛନ୍ତି ସେମାନଙ୍କ ଭିତରୁ ପାକିସ୍ତାନରୁ ଆସିଥିବା ନାଗରିକ ବହୁତ ରହିଛନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ସାର୍ଟ ବୁଟ ପିନ୍ଧା ଭିକାରୀ ବାବୁ ମାନଙ୍କୁ ଭିସା କେମିତି ମିଳୁଛି ? ସାଉଦିରେ ରହିଛି ମକ୍କା ମଦ୍ଦିନା ଯାହା ମୁସଲିମଙ୍କ ବଡ ଧାର୍ମିକ ସ୍ଥାନ । ପାକିସ୍ତାନୀ ଏହି ସ୍ଥାନକୁ ଯିବା ପାଇଁ ଭିସା ଆବେଦନ କରିଥାନ୍ତି ଯାହକୁ ‘ଉମରା’ ମାଧ୍ୟମରେ ଆବେଦନ କରାଯାଏ ।
ଏହି ପ୍ରକ୍ରିୟାରେ ସେମାନଙ୍କୁ ଭିସା ସୁବିଧାରେ ମିଳିସାଉଦି ଆରବରେ ବଢୁଛନ୍ତି ପାକିସ୍ତାନ ଭିକାରୀ । ନିଜ ଦେଶକୁ ଫେରାଇ ନେବାକୁ ପାକିସ୍ତାନକୁ ଚେତାବନୀ ଦେଲେ ସାଉଦି ସରକାର ।
ଯାଏ ହେଲେ ଏବେ ସାଉଦି ସରକାର ପାକିସ୍ତାନକୁ ରୋକଠୋକ ଶୁଣାଇଛିନ୍ତି ଭିକାରୀଙ୍କୁ ପଠାଇବା ବନ୍ଦ କର ନଚେତ ଆମେ ପାକିସ୍ତାନରୁ ହଜ ଓ ମକ୍କା ମଦିନାକୁ ଆସିବାକୁ ଥିବା ଲୋକମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେବୁନାହିଁ । ସାଉଦି ଆରବ ସରକାରଙ୍କ କହିବା ଅନୁସାରେ ଭିକାରୀଙ୍କ ଏକ ଗ୍ୟାଙ୍ଗ ଠାବ କରାଯାଇଥିଲା ଆଉ ଏମାନେ ସମସ୍ତେ ପାକିସ୍ତାନ ବାସିନ୍ଦା । ବିଭିନ୍ନ ପ୍ରକାର ଅପରାଧିକ ମାମଲାରେ ଏମାନେ ଜଡିତ ରହୁଛନ୍ତି । ହଜକୁ ଆସୁଥିବା ଲୋକ ମାନଙ୍କୁ ଜୋର ଜବରଦସ୍ତ କରି ଟଙ୍କା ମାଗୁଛନ୍ତି । ଯାହା ଫଳରେ ଆମ ଦେଶ ବଦନାମ ହେଉଛି । ତେବେ ଏହି ଗ୍ୟାଙ୍ଗର କିଙ୍ଗପିନକୁ ଧରିବାକୁ ସାଉଦି ସରକାର ପାକିସ୍ତାନକୁ କହିଛି , ଯିଏକି ପାକିସ୍ତାନରେ ବସି ଭିକାରୀ ମାନଙ୍କ ନେଟୱାର୍କ ଚଳାଉଛି ।