ପାକିସ୍ତାନୀ କ୍ରିକେଟର୍‌ ଇମଦଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

Advertisment

ଇମଦଙ୍କୁ ଜଣେ ହତ୍ୟାକାରୀର ଆଖ୍ୟା ଦେଇଛନ୍ତି ଅସଫାକ୍‌। ସେହିଭଳି ୨୦୨୩ ମସିହାରେ ଇମଦ ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦାବି କରିଛନ୍ତି ଅସଫାକ୍‌।

ଇମଦଙ୍କୁ ଜଣେ ହତ୍ୟାକାରୀର ଆଖ୍ୟା ଦେଇଛନ୍ତି ଅସଫାକ୍‌। ସେହିଭଳି ୨୦୨୩ ମସିହାରେ ଇମଦ ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦାବି କରିଛନ୍ତି ଅସଫାକ୍‌।

imad

imad Photograph: (Kanak news)

କନକ ବ୍ୟୁରୋ: ପାକିସ୍ତାନୀ କ୍ରିକେଟର୍‌ ଇମଦ ୱାସିମ ନିକଟରେ ଦ୍ବିତୀୟ ବିବାହ କରିଛନ୍ତି। ଏହାର ଠିକ୍‌ ପରେ ପରେ ପୂର୍ବତନ ପତ୍ନୀ ସାନିଆ ଅସଫାକ୍‌ ତାଙ୍କ ବିରୋଧରେ ଏକାଧିକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଇମଦଙ୍କୁ ଜଣେ ହତ୍ୟାକାରୀର ଆଖ୍ୟା ଦେଇଛନ୍ତି ଅସଫାକ୍‌। ସେହିଭଳି ୨୦୨୩ ମସିହାରେ ଇମଦ ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦାବି କରିଛନ୍ତି ଅସଫାକ୍‌। ଏହି ଘଟଣା ଏବେ ପାକିସ୍ତାନ କ୍ରିକେଟ୍‌ରେ ଝଡ଼ ସୃଷ୍ଟି କରିଛି। ତେବେ ପାକିସ୍ତାନୀ କ୍ରିକେଟର୍‌ମାନେ ଏକାଧିକ ବିବାହ କରିବାର ଏହା ନୂଆ ଘଟଣା ନୁହେଁ। ଏହି ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ତିନି ଥର ବିବାହ କରି ସାରିଥିଲା ବେଳେ ଏବେ ଚତୁର୍ଥ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। 

ଆହୁରି ପଢ଼ନ୍ତୁ... ବଢ଼ିଲା ସାମିଙ୍କ ଅଡୁଆ: ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ ‌

ସେ ମଧ୍ୟ ଭାରତୀୟ ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜାଙ୍କଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି। ଇମଦ ତାଙ୍କ ସହ ବିଶ୍ବାସଘାତକତା କରିଥିବା ଏକ ଲମ୍ବା ଭିଡିଓରେ ଅସଫାକ୍‌ ଦାବି କରିଛନ୍ତି। ସେହିଭଳି ସେ ଖେଳୁଥିବା ପିଏସ୍‌ଏଲ୍‌ ଦଳ ଇସଲାମାବାଦ ୟୁନାଇଟେଡ୍‌କୁ ବର୍ଜନ କରିବାକୁ ପାକିସ୍ତାନୀ କ୍ରିକେଟ୍‌ ପ୍ରେମୀଙ୍କୁ ଆହ୍ବାନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଆଉ ଏକ ଲେଖାରେ ଅସଫାକ୍‌ ଉଲ୍ଲେଖ କରିଛନ୍ତି ଯେ ଇମଦ ଡିସେମ୍ବର ୨୦୨୩ରେ ଲାହୋରରେ ମୋର ଗର୍ଭପାତ କରାଇଥିଲେ। ଏକଥା ପ୍ରମାଣ କରୁଥିବାର ଭିଡିଓ ମୋ ପାଖରେ ରହିଛି। 

ଏହି ବିଷୟ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ମୋହସନ ନକ୍‌ଭୀଙ୍କ ଧ୍ୟାନ ଆକର୍ଷଣ ବି କରିଛନ୍ତି। ଇମଦ ତାଙ୍କ ପାଖକୁ ପଠାଇଥିବା ଧମକଭରା ମେସେଜ୍‌ର ସ୍କ୍ରିନ୍‌ ସଟ୍‌ ମଧ୍ୟ ଅସଫାକ୍‌ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛନ୍ତି। ପାକିସ୍ତାନ ପକ୍ଷରୁ ୫୫ ଦିନିକିଆ ଓ ୭୫ ଟ୍ବେଣ୍ଟି-୨୦ ଖେଳିଥିବା ଇମଦ ନିକଟରେ ଲଣ୍ଡନରେ ରହୁଥିବା ନାଇଲା ରାଜା ନାମକ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଏହି ୩୭ବର୍ଷୀୟ କ୍ରିକେଟର୍‌ ୨୦୧୯ ମସିହାରେ ଅସଫାକ୍‌ଙ୍କୁ ବିବାହ କରିଥିଲେ। ଗତ ଡିସେମ୍ବରରେ କିନ୍ତୁ ଅସଫାକ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe