ଶୋଷଣର ଶିକାର ପାକିସ୍ତାନୀ ପିଲା: ୬୦୦ରୁ ଅଧିକ ଆପତ୍ତିଜନକ ଭିଡିଓ ଜବତ,ନେଟୱାର୍କର ପର୍ଦ୍ଦାଫାସ୍

Advertisment

ମାନବିକତା ପ୍ରତି କୁଠାରଘାନ କରୁଥିବା ଭଳି ଲଜ୍ଜା ଜନକ ଘଟଣା ପାକିସ୍ତାନରେ ଘଟିଛି। ପାକିସ୍ତାନୀ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏକ ବଡ଼ ଶୋଷଣ ନେଟୱାର୍କର ପର୍ଦ୍ଦାଫାସ୍ କରିଛନ୍ତି। ୬୦୦ରୁ ଅଧିକ ଶୋଷଣମୂଳକ ଭିଡିଓ ଜବତ କରାଯାଇଛି।

ମାନବିକତା ପ୍ରତି କୁଠାରଘାନ କରୁଥିବା ଭଳି ଲଜ୍ଜା ଜନକ ଘଟଣା ପାକିସ୍ତାନରେ ଘଟିଛି। ପାକିସ୍ତାନୀ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏକ ବଡ଼ ଶୋଷଣ ନେଟୱାର୍କର ପର୍ଦ୍ଦାଫାସ୍ କରିଛନ୍ତି। ୬୦୦ରୁ ଅଧିକ ଶୋଷଣମୂଳକ ଭିଡିଓ ଜବତ କରାଯାଇଛି।

02bbs_5_02022026_111

Photograph: (KANAKNEWS)

କନକବ୍ୟୁରୋ :  ମାନବିକତା ପ୍ରତି କୁଠାରଘାନ କରୁଥିବା ଭଳି ଲଜ୍ଜା ଜନକ ଘଟଣା ପାକିସ୍ତାନରେ ଘଟିଛି। ପାକିସ୍ତାନୀ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏକ ବଡ଼ ଶୋଷଣ ନେଟୱାର୍କର ପର୍ଦ୍ଦାଫାସ୍ କରିଛନ୍ତି। ୬୦୦ରୁ ଅଧିକ ଶୋଷଣମୂଳକ ଭିଡିଓ ଜବତ କରାଯାଇଛି। ଦି ଏକ୍ସପ୍ରେସ ଟ୍ରିବ୍ୟୁନ୍ ଅନୁଯାୟୀ, ଗିରଫ ବ୍ୟକ୍ତିଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିର ବାସିନ୍ଦା ତୈମୁର ମହମୁଦ ଭାବରେ ଚିହ୍ନଟ କରାଯାଇଛି । ତାଙ୍କୁ ରାୱଲପିଣ୍ଡିରେ ଜାତୀୟ ସାଇବର ଅପରାଧ ତଦନ୍ତ ସଂସ୍ଥା ଅଟକ ରଖିଛି।

ଅଧିକ ପଢନ୍ତୁ... ଇସ୍ରାଏଲୀ ଡ୍ରୋନ୍ ଆକ୍ରମଣ: ହେଜବୋଲ୍ଲା ଇଞ୍ଜିନିୟରିଂ ଶାଖା ମୁଖ୍ୟ ଦାଉଦ ଆମିକ ମୃତ

ନାବାଳକଙ୍କୁ ପ୍ରଲୋଭନ
ଅଧିକାରୀଙ୍କ ଅନୁଯାୟୀ, ମହମୁଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜକୁ ଝିଅ ଭାବରେ ପରିଚୟ ଦେଇ ନାବାଳକ ପୁଅମାନଙ୍କୁ ପ୍ରଲୋଭିତ କରୁଥିଲେ। ପରେ ଯୌନ ଭିଡିଓ ବ୍ୟବହାର କରି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତଦନ୍ତକାରୀମାନେ କହିଛନ୍ତି, ମହମୁଦର ମୋବାଇଲ୍ ଫୋନ୍‌ରୁ ଜବତ କରାଯାଇଥିବା ତଥ୍ୟରୁ ଜଣାପଡିଛି, ସେ ତାଙ୍କ ସହଯୋଗୀମାନଙ୍କ ସହାୟତାରେ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଉଭୟ ପ୍ରକାରର ବିଭିନ୍ନ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ପିଲାମାନଙ୍କ ଭିଡିଓ ତଥା ଫଟୋ ସେୟାର କରୁଥିଲେ। 

ନାବାଳକଙ୍କୁ ବ୍ଲାକମେଲ୍
ଅଧିକାରୀମାନେ କହିଛନ୍ତି, ମହମୁଦ ନାବାଳକମାନଙ୍କୁ ବାରମ୍ବାର ବ୍ଲାକମେଲ୍ କରୁଥିଲେ। ବିଭିନ୍ନ ଉଦ୍ଦେଶ୍ୟରେ ପୀଡିତଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଇଲେକ୍ଟ୍ରୋନିକ୍ ଅପରାଧ ନିବାରଣ ଆଇନ ଅନୁଯାୟୀ ମହମୁଦ ତଥା ହ୍ୱାଟ୍ସଆପ୍ ଗ୍ରୁପ୍ ଆଡମିନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ସନ୍ଦେହଜନକ ଡାର୍କ ୱେବ୍ ଲିଙ୍କ୍ ତଦନ୍ତ
ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଅନୁଯାୟୀ, ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସନ୍ଦିଗ୍ଧ ବ୍ୟକ୍ତିଙ୍କର ସମ୍ଭାବ୍ୟ ଡାର୍କ ୱେବ୍ ନେଟୱାର୍କ ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିଛି ।  ଅଧିକାରୀମାନେ କହିଛନ୍ତି , ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ,  ଆଗାମୀ ଦିନରେ ଆଉ କେତେକ ଲୋକେ ଗିରଫ ହେବାର ଆଶା ରହିଛି। ଅଭିଯୁକ୍ତଙ୍କ ସହାୟତାକାରୀମାନଙ୍କୁ ଚିହ୍ନଟ କରାଯାଉଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe