କନକ ବ୍ୟୁରୋ: ୟୁଏଇରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ୨୦୨୪ ଭିତରେ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ମହିଳା କ୍ରିକେଟ ଟିମର ଅଧିନାୟକ ଫାତିମା ସାନା ଶେଖଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଏହି କାରଣରୁ ଫାତିମା ପାକିସ୍ତାନ ଫେରିଯାଇଛନ୍ତି । ୨୨ ବର୍ଷିୟ ଫାତିମାଙ୍କ ପିତାଙ୍କ ଗୁରୁବାର ନିଧନ ହୋଇଥିଲା । ପିତାଙ୍କ ହଠାତ ମୃତ୍ୟୁରେ ଫାତିମା ଭାଙ୍ଗିପଡିଥିଲେ ଆଉ ଟୁର୍ଣ୍ଣାମେଣ୍ଟ ଅଧାରୁ ନିଜ ଦେଶକୁ ଫେରିଯାଇଛନ୍ତି ।
ଫାତିମା ସାନା ପ୍ରଥମଥର କୌଣସି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରହିଥିଲେ । ଏହାସହ ସେ ମହିଳା ଟି-୨୦ର ସମସ୍ତ ୧୦ ଟିମର ଅଧିନାୟକଙ୍କଠାରୁ ସେ କନିଷ୍ଠ ଅଛନ୍ତି । ହେଲେ ଏବେ ଯାଏଁ ତାଙ୍କ ଅଧିନାୟକତ୍ୱର କୌଣସି ଯାଦୁ ଦେଖିବାକୁ ମିଳିନାହିଁ ।
ଏହି ମହିଳା ଟି-୨୦ରେ ପାକିସ୍ତାନ ଗ୍ରୁପ-ଏରେ ରହିଛି । ଯେଉଁ ଗ୍ରୁପରେ ଭାରତ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଟିମ ଅଛି । ବର୍ତ୍ତମାନ ପାକିସ୍ତାନ ୨ ମ୍ୟାଚ ଖେଳି ଗୋଟିଏ ପରାଜୟ ଓ ଗୋଟିଓ ବିଜୟ ଲାଭ କରିଛି । ଆଉ ୨ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଫାତିମା ସାନାଙ୍କ ଅନୁପସ୍ଥିତିରେ ଏବେ ଟି-୨୦ ବିଶ୍ୱକପରେ ପାକିସ୍ତାନ ପାଇଁ ମୁନିବା ଅଲ୍ଲି ଅଧିନାୟକ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/EC1nz12ZdJIPWgmOb3y8.jpg)