କନକ ବ୍ୟୁରୋ: ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଏକ ବନ୍ଦ ଆପାର୍ଟମେଣ୍ଟରୁ ପାକିସ୍ତାନୀ ଅଭିନେତ୍ରୀ ହୁମୈରା ଅସଗର ଅଲିଙ୍କ ଗଳିତ ମୃତଦେହ ମିଳିଛି । ୩୨ବର୍ଷୀୟ ଅଭିନେତ୍ରୀଙ୍କ ମୃତ୍ୟୁ କିଭଳି ହେଲା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଭିନେତ୍ରୀ ଜଣକ ସେ କରାଚୀର ଡିଫେନ୍ସ ହାଉସିଂ ଅଥରିଟିର ଏକ ଆପାର୍ଟମେଣ୍ଟରେ ରହୁଥିଲେ, ଯେଉଁଠାରେ ତାଙ୍କ ମୃତଦେହ ମିଳିଛି । ଅନୁମାନ କରାଯାଉଛି ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ୨ସପ୍ତାହ ପୂର୍ବରୁ ହୋଇଥିଲା । କିନ୍ତୁ କେହି ଏହା ବିଷୟରେ ଜାଣି ନଥିଲେ ।
ହୁମୈରା ଅସଗର ଅଲି ପାକିସ୍ତାନୀ ମନୋରଞ୍ଜନ ଜଗତରେ ଏକ ଜଣାଶୁଣା ନାମ ଥିଲେ। ସେ କମ୍ ବୟସରୁ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । କୁହାଯାଉଛି ଯେ, ହୁମୈରା ଅଲିଙ୍କ ମୃତଦେହ ଫେଜ୍-୬ସ୍ଥିତ ଇତ୍ତେହାଦ କମର୍ସିଆଲ୍ର ଏକ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବେଳେ ତାଙ୍କ ମୃତଦେହ ପଚିଯାଇଥିବା ଦେଖିବାକୁ ମିଳିଥିଲା । ଦୁଇ ସପ୍ତାହ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ ସୁଦ୍ଧା ନିକଟରେ ରହୁଥିବା ଲୋକମାନେ ଏହା ବିଷୟରେ ଜାଣି ପାରି ନଥିଲେ ।
ଅଭିନେତ୍ରୀ ଜଣକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ । କିନ୍ତୁ ସେ ୨୦୨୪ ମସିହାରୁ ଘରମାଲିକଙ୍କୁ ଭଡ଼ା ଦେବା ବନ୍ଦ କରିଦେଇଥିଲେ, ଯାହା ପରେ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଗିଜ୍ରି ପୁଲିସ ଆପାର୍ଟମେଣ୍ଟ ଖାଲି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଯେତେବେଳେ ପୁଲିସ ଅପରାହ୍ନ ୩.୧୫ରେ କବାଟ ବାଡ଼ାଇଥିଲା, କେହି ଉତ୍ତର ଦେଇନଥିଲେ । ଏହାପରେ ପୁଲିସ ତାଲା ଭାଙ୍ଗି ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିବାରୁ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/09/humairaacc-2025-07-09-16-15-10.jpg)