ଇସ୍ରାଏଲର ''କାଠ କଣ୍ଢେଇ'' ହେବନି ପାକିସ୍ତାନ: ପରମାଣୁ ଶକ୍ତି ଓ ମୁସଲିମ ଏକତା କଥା ଉଠାଇଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

Advertisment

ଇରାନ ଉପରେ ଇସ୍ରାଏଲ୍-ଆମେରିକାର ଆକ୍ରମଣ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି।

ଇରାନ ଉପରେ ଇସ୍ରାଏଲ୍-ଆମେରିକାର ଆକ୍ରମଣ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି।

04bbs_10_04032026_111

Photograph: (kanaknews)

କନକବ୍ୟୁରୋ : ଇରାନ ଉପରେ ଇସ୍ରାଏଲ୍-ଆମେରିକାର ଆକ୍ରମଣ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ସେ ଇସ୍ରାଏଲ ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ଇସ୍ରାଏଲ ପାକିସ୍ତାନକୁ ନିଜର କାଠ କଣ୍ଢେଇ କରିବାକୁ ଚାହୁଁଛି, ଏବଂ ଭାରତ ମଧ୍ୟ ଏହି ଯୋଜନାରେ ସାମିଲ ଅଛି। ଯଦି ଇସ୍ରାଏଲ ଏହି ସଂଘର୍ଷରେ ଫାଇଦା ପାଏ, ତେବେ ସେ ଆଫଗାନିସ୍ତାନ, 

ଭାରତ ଓ ଇରାନ ସହିତ ମିଶି ପାକିସ୍ତାନ ବିରୁଦ୍ଧରେ ଏକ ମେଣ୍ଟ ଗଠନ କରିପାରିବ, ଏବଂ ପାକିସ୍ତାନକୁ ଶତ୍ରୁମାନଙ୍କ ଦ୍ୱାରା ଘେରି ରଖିବ ଓ ପାକିସ୍ତାନର ସୁରକ୍ଷାକୁ ଦୁର୍ବଳ କରିବ । 
ଅପରପକ୍ଷରେ ଖୱାଜା ଆସିଫ୍ ପାକିସ୍ତାନର ୨୫କୋଟି ନାଗରିକଙ୍କୁ ରାଜନୈତିକ ଓ ଧାର୍ମିକ ମତଭେଦରୁ ଉପରକୁ ଉଠି ଶତ୍ରୁମାନଙ୍କୁ ଚିହ୍ନଟ କରିବାକୁ ନିବେଦନ କରିଛନ୍ତି । ସେ ପରମାଣୁ ଶକ୍ତି କଥା ଉଠାଇବା ସହ ପାଲେଷ୍ଟାଇନକୁ ସମର୍ଥନ କରି "ମୁକ୍ତ ପାଲେଷ୍ଟାଇନ" ସ୍ଲୋଗାନକୁ ମଧ୍ୟ ପୁନରାବୃତ୍ତି କରିଛନ୍ତି ଏବଂ ମୁସଲିମ ଦେଶଗୁଡ଼ିକୁ ଏକତ୍ର ହେବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe