କନକ ବ୍ୟୁରୋ:  ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର । ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି । ସେଠାରେ ଥିବା ଲୋକମାନେ ଖାଦ୍ୟ,ପାନୀୟ ଠାରୁ ପେଟ୍ରୋଲ ଡିଜେଲ ,ଗ୍ୟାସର ଦରରେ କଲବଲ ହେଉଛନ୍ତି, ଦେଶରେ ଦାରିଦ୍ର୍ୟ ବୃଦ୍ଦି ପାଉଛି କିନ୍ତୁ ଏହା ମଧ୍ୟରେ ପାକିସ୍ତାନକୁ ଆଲାଦ୍ଦିନର ଦୀପ ମିଳିଛି । ପାକିସ୍ତାନର ଏକ ନଦୀ, ଯେଉଁଠାରେ ସୁନାର ସନ୍ଧାନ ମିଳିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସିନ୍ଧୁ ନଦୀରେ ସୁନା ଭଣ୍ଡାର ମିଳିଛି ।  ଯାହାର ମୂଲ୍ୟ ପ୍ରାୟ ୮୦ହଜାର କୋଟି ଟଙ୍କା ବୋଲି କୁହାଯାଉଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଟକ୍ ଜିଲ୍ଲାରେ ସରକାର ଏକ ସର୍ଭେ କରିଥିଲେ । ଏହି ଖଣି ପ୍ରକଳ୍ପ ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଏବଂ ପଞ୍ଜାବର ଖଣି ଏବଂ ଖଣିଜ ବିଭାଗ ଦ୍ୱାରା ପରିଚାଳିତ ହେବ ।

Advertisment

ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୪ ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ ୫.୪୩ ବିଲିୟନ ଡଲାର ରହିଥିଲା । ଭୂବିଜ୍ଞାନୀମାନେ କହିଛନ୍ତି, ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି । ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର । ବର୍ତ୍ତମାନ ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି । କିନ୍ତୁ ପ୍ରଶ୍ନ ଉଠିଛି ଆତଙ୍କୀ ଦେଶରେ ସୁନା ଖଣି ମିଳିବା ପରେ ସରକାର ଆତଙ୍କବାଦୀ ମାନଙ୍କ ସହ କିପରି ଡିଲ କରିବେ? ପାକିସ୍ତାନ ହେଉଛି ବିଭିନ୍ନ ଆତଙ୍କୀ ସଙ୍ଗଠନର ଆଡ୍ଡା ସ୍ଥଳୀ ।  ଅନ୍ୟପଟେ ରାଜନୈତିକ ଅସ୍ଥିରତା ପାକିସ୍ତାନରେ ଲାଗିରହିଛି, କାଙ୍ଗାଳ ପାକିସ୍ତାନ ଫଣ୍ଡ ପାଇଁ ବିଭିନ୍ନ ଦେଶକୁ ସହାୟତା ମାଗିଥାଏ  ।

 ଟଙ୍କା ପାଇଲେ କଣ କରିବ ପାକିସ୍ତାନ?  ସରକାର ଆତଙ୍କୀ ସଂଙ୍ଗଠନକୁ ଫଣ୍ଡ ଯୋଗାଇବେ ନିହାତି ଯାହା ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପରେ ପାକିସ୍ତାନ ଖର୍ଚ୍ଚ କରିବ । ପାକିସ୍ତାନ ହାତରେ ୮୦ହଜାର କୋଟି ଟଙ୍କାର ସୁନା ଖଣି ମିଳିବା ପରେ ଏବେ ଦେଖିବା ପାକିସ୍ତାନ ବିଶ୍ବ ପାଖରେ ହାତ ପତାଉଛି ନା ନାହିଁ ।