କନକ ବ୍ୟୁରୋ: ପାକିସ୍ତାନର ସୈତାନ ବୁଦ୍ଧିର ଜବାବ ଭାରତ ତାକୁ ତାରି ଭାଷାରେ ଦେଇଛି । ଗୁରୁବାର ସକାଳେ ଭାରତୀୟ ସେନା ଲାହୋରରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଏଚକ୍ୟୁ-୯କୁ ଟାର୍ଗେଟ କରି ଧ୍ୱଂସ କରିଦେଇଛି । ଭାରତର ସରକାର ତରଫରୁ କୁହାଯାଇଛି କି, ଏହି ପାଲଟା ଆକ୍ରମଣ ଆତଙ୍କୀମାନଙ୍କୁ ସାବାଡ୍‌ କରିବା ପାଇଁ କରାଯାଇଛି । ସବୁଠାରୁ ଖାସ୍‌ କଥା ହେଉଛି ଏହି ଭାରତର ଡ୍ରୋନ ଆକ୍ରମଣରେ ନଷ୍ଟ ହୋଇଯାଇଥିବା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ମେଡ୍ ଇନ ଚାଇନ୍ । 

Advertisment

ଏଚକ୍ୟୁ-୯ ଚୀନ ଦ୍ବାରା ତିଆରି ହୋଇଥିବା ଏୟାର ଆଟାକ ମିସାଇଲ ସିଷ୍ଟମ । ଯାହାକୁ ପାକିସ୍ତାନ ୨୦୨୧ରେ ନିଜ ସେନାରେ ସାମିଲ କରିଥିଲା । ଏହାର ରେଞ୍ଜ ୧୨୫ରୁ ୨୦୦ କିଲୋମିଟର ଯାଏଁ ରହିଛି । ଆଉ ଏହା ଏକାଥରେ ୧୦୦ ଲକ୍ଷ୍ୟକୁ ଟ୍ରାକ କରିପାରେ । ପାକିସ୍ତାନ ଏହି ସିଷ୍ଟମକୁ ଭାରତର ଏସ ୪୦୦ ସହ ସମାନ ବୋଲି କହି ଆସୁଛି । ହେଲେ ଟେକ୍ନିକ ସ୍ତରରେ ପାକିସ୍ତାନର ଏହି ଡିଫେନ୍ସ ସିଷ୍ଟମ କୌଣସି କାମକୁ ନୁହେଁ । 

ଯେଉଁଠି ଭାରତର ଏସ-୪୦୦ ସିଷ୍ଟମ ୪୦୦ କିଲୋମିଟର ଯାଏଁ କାମ କରିପାରିବ ଆଉ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଯିବ, ସେଠାରେ ଏଚକ୍ୟୁ ୯ କାମ କରିବାକୁ ଅଧଘଣ୍ଟାରୁ ଅଧିକ ସମୟ ନେଇଥାଏ । ଏହି ଆକ୍ରମଣ ପାକିସ୍ତାନକୁ ଚୀନ ଯୋଗାଉଥିବା ସୁରକ୍ଷା ପ୍ରଡକ୍ଟର ପୋଲ୍ ଖୋଲି ଦେଇଛି ।  

ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ
ପାକିସ୍ତାନ ବ୍ୟବହାର କରେ ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ
ଚୀନ ଦ୍ବାରା ନିର୍ମିତ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ
ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ମିସାଇଲ୍‌ ସିଷ୍ଟମ
ଋଷର ଏସ୍-୩୦୦ ଓ ଆମେରିକାର ପାଟ୍ରିୟଟ୍‌ ମିସାଇଲ୍‌ ସିଷ୍ଟମ ସହ ସମକକ୍ଷ
ରେଞ୍ଜ: ୨୦୦ କିମି
ଲକ୍ଷ୍ୟ: ଫାଇଟର ଜେଟ୍‌, କ୍ରୁଜ୍‌ ମିସାଇଲ୍‌, ବାଲିଷ୍ଟିକ ମିସାଇଲ, ଡ୍ରୋନ
ରାଡାର: ମଲ୍ଟି ମୋଡ୍‌ ରାଡାର, ୩୦୦ କିମି ଯାଏଁ ଟ୍ରାକ୍‌ କରିବାର କ୍ଷମତା
ମିସାଇଲ୍‌: ୧୮୦ କେଜି ୱାର୍‌ହେଡ ସହ ବିସ୍ଫୋରକ ବହନ କରେ
ମୋବାଇଲ୍‌ ଲଞ୍ଚର ବ୍ୟବହାରରେ ମୁତୟନ କରାଯାଏ