କନକ ବ୍ୟୁରୋ : ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଲା ସେହବାଜ ସରିଫଙ୍କ ଗର୍ବ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ । ଇରାନ୍ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
ଅପରେସନ୍ ସିନ୍ଦୂରର ସଫଳତା ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବାକୁ ଲାଗିଛି ଭାରତ । ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ଅପରେସନ୍ ସିନ୍ଦୂରର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ । ଆଉ ଭାରତର ଏଭଳି କଡ଼ା ଆଭିମୁଖ୍ୟ ଦେଖି ନିଜ ଛବି ସୁଧାରିବାକୁ ଚାହୁଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ଦେଖା ଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ । ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ ।
ମୁଣ୍ଡ ନୁଆଁଇଲେ ସେହବାଜ
ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ
ଭାରତ ସହ ଆଲୋଚନା କରିବାକୁ କହିଲେ ପାକ୍ ପ୍ରଧାନମନ୍ତ୍ରୀ
ତୁର୍କୀରେ ସାମ୍ବାଦିକ ସମ୍ମିଳନୀରେ କହିଲେ କାଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
ସିନ୍ଧୁ ଜଳ ଚୁକ୍ତି ନେଇ ଭାରତ ସହ କଥାବାର୍ତ୍ତା କରିବାକୁ ଚାହୁଛୁ