କନକ ବ୍ୟୁରୋ: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରେସମିଟ୍ କହିଲେ, ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ପାକିସ୍ତାନ ଦାୟୀ । ପାକିସ୍ତାନ ଏହାକୁ ବୁଝିବା ଦରକାର । ସେନାକୁ କଡା ପଦକ୍ଷେପ ନେବାକୁ କୁହାଯାଇଛି । ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛି । ପାକର ଅସ୍ତ୍ରବିରତି ଉଲ୍ଲଂଘନ ନିନ୍ଦନୀୟ । ପାକିସ୍ତାନର କାର୍ୟ୍ୟକଳାପ ଉପରେ କଡ଼ା ନଜର ରହିଛି । ସଠିକ ଓ ଦୃଢ଼ ପଦକ୍ଷେପ ନେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଶେଷ ହୋଇଥିଲା । ଯୁଦ୍ଧରେ ବିରାମ ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଅପରାହଣ୍ ୩ଟା ୪୫ରେ କଥାବାର୍ତ୍ତା ଆରମ୍ଭ କରିଥିଲେ ପାକିସ୍ତାନୀ ଡିଜିଏମଓ । ଏହାପରେ ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ହୋଇଥିଲା । ହେଲେ ଏହାର ଠିକ ୩ ଘଣ୍ଟା ପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ପାକ ସୀମା ପଟୁ ଘନ ଘନ ଗୁଳିଗୋଳା କରିଥିଲା ପାକିସ୍ତାନ । କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟର କିଛି ସ୍ଥାନରେ ଡ୍ରୋନ ଆଟାକ କରିଥିଲା । ଆଉ ଏହାର ଜବାବ ବି ଦେଇଥିଲେ ଭାରତୀୟ ଯବାନ ।