କନକ ବ୍ୟୁରୋ : ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି କଡ଼ା ଜବାବ୍ । ତଥାପି ସୁଧୁରୁନି ପାକ୍, ଏବେବି ଏଲ୍ଓସିରେ କରିଚାଲିଛି ଗୁଳି ବର୍ଷା । ଉରି,ବାରମୂଲା,ରଜୋରୀ ଏବଂ ପୁଞ୍ଚ ସେକ୍ଟରରେ କରୁଛି ଲଗାତାର ଗୁଳିମାଡ଼ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍ । ଗୁଳିମାଡ଼ରେ ଭାଙ୍ଗିଲା ସାଧାରଣ ନିରୀହ ଲୋକଙ୍କ ଘର ଦ୍ୱାର । ସାରାରାତି ଗୁଳି ଫୁଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ବୟାନ ।
ଭାରତର ତିନି ସେନା ଆକ୍ସନ ମୋଡ଼ରେ, ଗତ କାଲି ପାକ୍ ପଠାଇଥିବା ଚାଇନା ମାଲ୍କୁ ଧୂଳି ଚଟାଇଛି ଭାତରର ଏସ୍-୪୦୦ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତ ମଧ୍ୟ ଗତ କାଲି ଆରବ ସାଗରରେ ଗର୍ଜି ଥିଲା । ଅନେକ ଡ୍ରୋନ୍କୁ ଧ୍ୱଂସ କରିଥିଲା ଭାରତ ତଥାପି ସୁଧୁରୁନି ପାକ୍,ଜାରି ରଖିଛି ଗୁଳି ମାଡ଼ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/09/6MVFbY9wr1ps4OrxEk9i.jpg)