ପହଲଗାମ ଆକ୍ରମଣର ପ୍ରତିଶୋଧ ଲାଗି ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନ ଛାନିଆ, ବିଲାୱଲ ଭୁଟୋ ବିଳିବିଳାଇବା ପରେ ବିଷ ଓଗାରିଲେ ପାକ୍ ଗୃହମନ୍ତ୍ରୀ ମୋହସିନ ନକ୍‌ଭି

Advertisment

ବିଲାୱଲ ଭୁଟୋ ବିଳିବିଳାଇବା ପରେ ବିଷ ଉଗାରିଲେ ପାକ୍ ଗୃହମନ୍ତ୍ରୀ ମୋହସିନ ନକ୍‌ଭି । କହିଲେ ସିନ୍ଧୁ ନଦୀ ପ୍ରସଙ୍ଗରେ ଯୁଦ୍ଧ କରିବାକୁ ଆମେ ପ୍ରସ୍ତୁତ

ବିଲାୱଲ ଭୁଟୋ ବିଳିବିଳାଇବା ପରେ ବିଷ ଉଗାରିଲେ ପାକ୍ ଗୃହମନ୍ତ୍ରୀ ମୋହସିନ ନକ୍‌ଭି । କହିଲେ ସିନ୍ଧୁ ନଦୀ ପ୍ରସଙ୍ଗରେ ଯୁଦ୍ଧ କରିବାକୁ ଆମେ ପ୍ରସ୍ତୁତ

ସିନ୍ଧୁ ପାଣି ବନ୍ଦ, ପାକିସ୍ତାନ ଛଟପଟ

ସିନ୍ଧୁ ପାଣି ବନ୍ଦ, ପାକିସ୍ତାନ ଛଟପଟ Photograph: (kanakNews)

କନକ ବ୍ୟୁରୋ: ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତି ଚଳାଇଥିବା ବେଳେ ପାକିସ୍ତାନରେ ଛାନିଆ ପଶିଛି। ପାକିସ୍ତାନୀ ନେତା ଓ ମନ୍ତ୍ରୀ ବିଳିବିଳଉଛନ୍ତି। ଭାରତ ସିନ୍ଧୁ ନଦୀ ପାଣି ଚୁକ୍ତି ବାତିଲ କରିବା ପରେ ପାକିସ୍ତାନର ଚିନ୍ତା ପଶିଛି। ବିଲାୱଲ ଭୁଟୋ ଜର୍ଦ୍ଦାରୀଙ୍କ ପରେ ପାକ୍ ଗୃହମନ୍ତ୍ରୀଙ୍କ ବିବାଦୀୟ ବୟାନ।  ପାକିସ୍ତାନ ଗୃହମନ୍ତ୍ରୀ ମହସିନ ନକ୍‌ଭି କହିଛନ୍ତି, ଭାରତ ସିନ୍ଧୁ ନଦୀ ଚୁକ୍ତି ଶେଷ କରିଦେଲେ, ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଏହାପୂର୍ବରୁ ବିଲାୱଲ ଭୁଟୋ ମୁହଁଟାଣ କରି କହିଥିଲେ ଯେ, ସିନ୍ଧୁ ନଦୀ ପାକିସ୍ତାନର ଅଛି, ଆଉ ରହିବ। ଏଥିରେ ପାଣି ବହିବ, ନହେଲେ ରକ୍ତ ବହିବ। ଭାରତର ପଦକ୍ଷେପ ପରେ ପାକିସ୍ତାନରେ ଛନକା ପଶିଛି। ତେଣୁ ପ୍ରତିଦିନ କେହି ନା କେହି ବିବାଦୀୟ କଥା କହୁଛନ୍ତି।

ମୋହସିନ୍‌ଙ୍କ ମୁହଁଟାଣ
ଅନ୍ତର୍ଜାତୀୟ ସ୍ତରରେ ଛବି ସୁଧାରିବାକୁ ମିଛ ସାହାରାରେ ପାକ୍‌
ବିଲୱାଲଙ୍କ ପରେ ସାମ୍ନାକୁ ଆସି ବିଳିବିଳାଇଲେ ମହସିନ ନକ୍‌ଭି
ପହଲଗାମ ଆକ୍ରମଣ ନେଇ ଭାରତ ଆଣୁଥିବା ଅଭିଯୋଗ ମିଛ'
ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ବଢାଉଛି ଭାରତ'
ଆମ ଉପରେ ଭାରତ ଆକ୍ରମଣ କଲେ ଚୁପ୍ ବସିବୁନି ଆମେ'
ଶେଷ ନିଶ୍ବାସ ଯାଏ ଲଢିବାକୁ ପ୍ରସ୍ତୁତ ୨୪୦ ମିଲିୟନ ପାକିସ୍ତାନୀ ନାଗରିକ'
ପୁରା ତାକତର ସହ ଭାରତକୁ ଜବାବ ଦେବାକୁ ପ୍ରସ୍ତୁତ ପାକିସ୍ତାନ'

କଣ କହିଥିଲେ ବିଲାୱଲ
ଭାରତକୁ ବିଲାୱଲ ଭୁଟ୍ଟୋ ଦେଇଥିଲେ ଖୋଲା ଧମକ
ସିନ୍ଧୁ ନଦୀ ଆମର ଥିଲା, ଅଛି ଏବଂ ସର୍ବଦା ରହିବ'
ସିନ୍ଧୁ ନଦୀକୁ ସମଗ୍ର ପାକିସ୍ତାନର ସମାନ ଐତିହ୍ୟ'
ଯେଉଁମାନେ ଆମର ଭାଗ ନେବାକୁ ଚାହୁଁଛନ୍ତି ସେମାନଙ୍କ ରକ୍ତ ପ୍ରବାହିତ ହେବ'
ଭାରତର ଜନସଂଖ୍ୟା ଅଧିକ ଥିବାରୁ ସେମାନେ ସ୍ଥିର କରିପାରିବେ ନାହିଁ ଯେ ପାଣି କାହାର'
ପାକିସ୍ତାନର ଜନତା ସାହସୀ। ଆମେ ଦୃଢତାର ସହ ଲଢ଼ିବୁ'
ସୀମାରେ ହେଉଥିବା ପ୍ରତ୍ୟେକ ଆକ୍ରମଣର ଜବାବ ଦେବାକୁ ପାକ୍ ସେନା ପ୍ରସ୍ତୁତ'
ସିନ୍ଧୁ ନଦୀ ପାଇଁ ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି ବିଲାୱଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe