କନକ ବ୍ୟୁରୋ: ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଛି । ଏହିବର୍ଷ ଜାନୁଆରିରେ ହିଁ ପାକିସ୍ତାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଥିଲା । ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣକ ପରେ ଜଣେ ଅଧ୍ୟକ୍ଷ ହୋଇଥାନ୍ତି । ଆଲଫାବେଟ୍ ଅର୍ଡରରେ ପ୍ରତି ମାସରେ ଏହାର ସଦସ୍ୟ ଅଧ୍ୟକ୍ଷ ହୋଇଥାନ୍ତି । ସେହି କ୍ରମରେ ପାକିସ୍ତାନକୁ ଅଧ୍ୟକ୍ଷ ପଦ ମିଳିଛି । ଦୁଇବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନକୁ ୧୯୩ ଭୋଟ ମଧ୍ୟରୁ ୧୮୨ ଭୋଟ ମିଳିଥିଲା । ପାକିସ୍ତାନ କହିଛି ବର୍ତ୍ତମାନର ବିଶ୍ବ ସମସ୍ୟା ଉପରେ ଅବଗତ ଅଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରସଙ୍ଗରେ ବିବାଦ ଲାଗିରହିଛି । ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତି ଜବାବରେ ଭାରତ ଆକ୍ରମଣ ବି କରିଥିଲା । ଯଦିଓ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି, ଶାନ୍ତି ବଜାୟ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବା ପରେ ଭାରତର ବଢିବ କି ଟେନସନ୍ ?
- ପାକିସ୍ତାନ ଅଧ୍ୟକ୍ଷତାରେ ଦୁଇଟି ପ୍ରମୁଖ ବୈଠକ ହେବ
- ୨୨ ଓ ୨୪ ଜୁଲାଇରେ ଦୁଇଟି ପ୍ରମୁଖ ହେବ
- ୨୨ ଜୁଲାଇରେ ଅନ୍ତର୍ଜାତୀୟ ସୁରକ୍ଷା ଓ ଶାନ୍ତି ନେଇ ଖୋଲା ଆଲୋଚନା ହେବ
- ୨୪ ଜୁଲାଇରେ ବି ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ
- ଏଥିରେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ଅଧ୍ୟକ୍ଷତା କରିବେ
- ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଅଧ୍ୟକ୍ଷ ହେବା ଗୁରୁତ୍ବପୂର୍ଣ୍ଣ
- ପାକିସ୍ତାନ ସାତଥର ଓ ଭାରତ ୮ ଥର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିଛି