କନକ ବ୍ୟୁରୋ: ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଅପହରଣ ମାମଲା, ୫୦ ପଣବନ୍ଦୀଙ୍କୁ ହତ୍ୟାକରାଯାଇଥିବା ସୂଚନା ରହିଛି । ଅବଶିଷ୍ଟ ପଣବନ୍ଦୀ ମୁକ୍ତ, ପାକିସ୍ଥାନ ସେନାର ହମଲାରେ ସମସ୍ତ ୩୩ ବଲୁଚ ବିଦ୍ରୋହୀ ନିପାତ ହୋଇଥିବା ସୂଚନା । ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବଲୁଚ ବିଦ୍ରୋହୀଙ୍କ ଦ୍ବାରା ବନ୍ଧକ ରଖାଯାଇଥିବା ସମସ୍ତ ରେଳଯାତ୍ରୀଙ୍କୁ ବୁଧବାର ରାତିରେ ଉଦ୍ଧାର କରିଛି ପାକ୍ ସେନା । ଟ୍ରେନରେ ଥିବା ସମସ୍ତ ୩୪୬ ଯାତ୍ରୀ ଉଦ୍ଧାର ହେବା ସହ ପୁରା ରେସ୍କ୍ୟୁ ଅପରେସନ ଶେଷ ହୋଇଥିବା ପାକ୍ ସେନା ପକ୍ଷରୁ ଦାବି କରାଯାଇଛି । ସେନାର କାର୍ୟ୍ୟାନୁଷ୍ଠାନରେ ୩୩ ବଲୁଚ ବିଦ୍ରୋହୀ ନିପାତ ହୋଇଥିବା ବେଳେ ଟ୍ରେନରେ ୨୮ଜଣ ସୈନିକ ଓ ୨୧ ଜଣ ଯାତ୍ରୀଙ୍କୁ ବିଦ୍ରୋହୀ ମାନେ ହତ୍ୟା କରିଛନ୍ତି।
ମଙ୍ଗଳବାର ଅପରାହ୍ନରେ ବଲୁଚିସ୍ତାନ ପ୍ରଦେଶର ଦୁର୍ଗମ ସୀମାନ୍ତ ଜିଲ୍ଲାରେ ବିଏଲଏ ପକ୍ଷରୁ ଜାଫର ଏକ୍ସପ୍ରେସକୁ ଅପହରଣ କରିନିଆଯାଇଥିଲା, ଯେଉଁଥିରେ ୪୫୦ରୁ ଅଧିକ ଯାତ୍ରୀ ରହିଥିଲେ । ଅନ୍ୟପଟେ ୫୦ଜଣ ପଣବନ୍ଦୀଙ୍କୁ ହତ୍ୟା କରାଯାଇଥିବା ଦାବି କରିଥିବା ଦାବି କରିଛନ୍ତି ବଲୁଚ ବିଦ୍ରୋହୀ । ବନ୍ଦୀ ମାନଙ୍କୁ ଉଦ୍ଧାର କରିବାକୁ ପାକ୍ ସରକାର ଆଗ୍ରହ ନଦେଖାଇବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଆମ ପାଖରେ ଏବେ ବି ୧୫୦ଜଣ ପଣବନ୍ଦୀ ରହିଥିବା ବେଳେ ସେମାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ବିଏଲଏ ଚେତାବନୀ ଦେଇଛି । ବଲୁଚ ବିଦ୍ରୋହୀଙ୍କ କବଲରୁ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ ନେଇ ପାକ୍ ସେନାର ଘୋଷଣା ପରେ ବଲୁଚ ଲିବରେସନ ଆର୍ମିର ଏଭଳି ବୟାନ ଦ୍ବନ୍ଦ୍ବ ସୃଷ୍ଟି କରିଛି । ପ୍ରାୟ ୭୦ଜଣ ବଲୁଚ ବିଦ୍ରୋହୀ ପାକ୍ ସେନା ସହ ମୁକାବିଲା କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ନିହତ ହୋଇଥିବା ବେଳେ ଅନ୍ୟମାନେ କିଛି ପଣବନ୍ଦୀଙ୍କୁ ସାଥିରେ ଧରି ଖସିଯିବାରେ ସକ୍ଷମ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।