କନକ ବ୍ୟୁରୋ: ଭାରତ-ପାକ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ପ୍ରଥମେ ଫୋନ କରିଥିଲେ ପାକିସ୍ତାନ ଡିଜିଓମଓ । ଅସ୍ତ୍ରବିରତି ନେଇ ହୋଇଥିଲା ଆଲୋଚନା । ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ୧୨ ମେ'ରେ ହେବ ପରବର୍ତ୍ତୀ ଆଲୋଚନା । ଦୁଇ ଦେଶର ଡିଜିଏମଓ ଆଲୋଚନା କରିବେ । ସମସ୍ତ ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । ଭାରତ ସର୍ତ୍ତମୂଳକ ଭାବେ ରାଜି ହୋଇଥିବା ସୂଚନା ।
ଅସ୍ତ୍ରବିରତି ଘୋଷଣା ହେବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ଆତଙ୍କବାଦ ବିରୋଧରେ ଜାରି ରହିବ ଲଢେଇ । ଆତଙ୍କବାଦକୁ କେବେ ବି ପ୍ରଶ୍ରୟ ଦିଆଯିବନି । ମେ' ୧୨ ତାରିଖ ବୈଠକରେ ବି ଆତଙ୍କବାଦକୁ ନେଇ କୌଣସି ପ୍ରକାର ସାଲିସ କରାଯିବନି ବୋଲି କହିଥିଲେ ଜୟଶଙ୍କର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/10/k76w9HBvOxrkpgAZXwHK.jpg)