କନକ ବ୍ୟୁରୋ : ପାକିସ୍ତାନରୁ ୧୬ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରାଯାଇଛି । ଆତଙ୍କୀ ସଂଗଠନ ତେହରିକ ଏ-ତାଲିବାନ ପାକିସ୍ତାନ ଏହି ଦାବି କରିଛି । ଅପହରଣ କରାଯାଇଥିବା ୧୬ ଜଣ ବୈଜ୍ଞାନିକଙ୍କ ଏକ ଭିଡିଓ ମଧ୍ୟ ଟିଟିପି ଜାରି କରିଛି । ଏହି ଭିଡିଓ ଦେଖିବା ପରେ ପାକିସ୍ତାନର ଶାହବାଜ ସରକାର ଆତଙ୍କୀଙ୍କ ଦାବି ମାନିବା ସହ ଦେଶର ସୁରକ୍ଷାକୁ ନେଇ ଗୁହାରି କରିଛନ୍ତି ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦାବି କରାଯାଇଛି କି, ଟିଟିପି ପାକିସ୍ତାନ ଶକ୍ତି ଆୟୋଗର ଇଂଜିନିୟରଙ୍କୁ ମଧ୍ୟ ଅପହରଣ କରାଯାଇଛି । ବୈଜ୍ଞାନିକମାନଙ୍କର ଏଭଳି ଦଶା ପାକିସ୍ତାନର ବିଗିଡିଯାଇଥିବା ସୁରକ୍ଷା ବ୍ୟବସ୍ଥା କାରଣରୁ ହୋଇଥିବା ଲୋକେ କହୁଛନ୍ତି ।
ଏହାସହ ଟିଟିପି ଦାବି କରିଛି ଯେ କେବଳ ପରମାଣୁ ବୈଜ୍ଞାନିକ ନୁହେଁ ଏହାସହ ପାକିସ୍ତାନର ସବୁଠାରୁ ବଡ ୟୁରାନିୟମ ଖାଦାନରୁ ବହୁମାତ୍ରାରେ ୟୁରାନିୟମ ମଧ୍ୟ ନେଇଯାଇଛି । ଏହି ୟୁରାନିୟମ ପରମାଣୁ ବୋମା ପ୍ରସ୍ତୁତରେ ବ୍ୟବହାର କରାଯାଇଥାଏ ।
TTP has released an exclusive video of the abducted employees of Atomic Energy. The 16-18 employees were abducted, who were working in the Qabul Khel Atomic Energy mining project in Lakki Marwat. The armed man has also ablazed the company's staff vehicle. pic.twitter.com/3Uq7jhSGkI
— Jawad Yousafzai (@JawadYousufxai) January 9, 2025
ଟିଟିପି ନେତା ଅନ୍ୟ ଏକ ଭିଡିଓ ଜାରି କରି କହିଛି କି, ବୈଜ୍ଞାନିକମାନଙ୍କର କୌଣସି କ୍ଷତି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅପହରଣ କରାଯାଇନାହିଁ । ବରଂ ସରକାର ସେମାନଙ୍କ ଦାବି ନମାନିବାରୁ ଏଭଳି ଅପହରଣ କରାଯାଇଛି । ଏବେ ସରକାର ଆମ ଦାବି ମାନିଗଲେ ଆମେ ସେମାନଙ୍କୁ ମୁକୁଳାଇ ଦେବୁ ।