କନକ ବ୍ୟୁରୋ : ଏସିଆ କପର ଦଶମ ମ୍ୟାଚରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି । ପାକିସ୍ତାନ ଓ ଆୟୋଜକ ୟୁଏଇ ମଧ୍ୟରେ ମ୍ୟାଚ୍ ହେବାର ଥିଲା । ମ୍ୟାଚର ଏକଘଣ୍ଟା ପୂର୍ବରୁ ପାକିସ୍ତାନ ମିଡିଆ ଦାବି କରିଥିଲା, ପାକିସ୍ତାନ ଏହି ମ୍ୟାଚ୍ ଖେଳିବ ନାହିଁ । ପାକିସ୍ତାନ ଟିମ୍ ହୋଟେଲରୁ ଗ୍ରାଉଣ୍ଡରେ ପହଞ୍ଚିନାହିଁ । କିନ୍ତୁ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ମ୍ୟାଚ୍ ରାତି ୯ଟାରେ ଆରମ୍ଭ ହେବ ବୋଲି କହିଥିଲା । ସୂଚନା ଅନୁସାରେ, ମ୍ୟାଚର ରେଫରି ଏଣ୍ଡି ପୟକ୍ରାଫଟ ହିଁ ରହିବେ । ଆଇସିସି ମ୍ୟାଚ୍ ରେଫରିଙ୍କୁ ବଦଳାଇବାକୁ ମନା କରିଦେଇଛି । ଏହା ଫଳରେ ପାକିସ୍ତାନକୁ କଡ଼ା ଝଟକା ଲାଗିଛି ।
ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଭାରତୀୟ ଟିମ୍ ପାକ୍ ଟିମ୍ ସହ ହାତ ମିଳାଇନଥିଲା । ଏଥିପାଇଁ ରେଫରିଙ୍କୁ ଦାୟୀ କରିଥିଲା ପାକିସ୍ତାନ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଅଭିଯୋଗ କରିଥିଲା । ରେଫରିକୁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ । କିନ୍ତୁ ଆଇସିସି ଏହାକୁ ଅଗ୍ରାହ୍ୟ କରିଛି ।
-ପାକିସ୍ତାନ ଆଇସିସି ନିକଟରେ ଦୁଇଟି ଦାବି ରଖିଛି
-ପ୍ରଥମ ଦାବି ହେଲା, ଭାରତ-ପାକିସ୍ତାନ ମ୍ୟାଚର ରେଫରି ଏଣ୍ଡି ପୟକ୍ରାଫଟ କ୍ଷମା ମାଗନ୍ତୁ
-ଦ୍ବିତୀୟ ଦାବି ହେଲା, ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାରଙ୍କ ଉପରେ ଜରିମାନା ଲଗାଯାଉ
-ପହଲଗାମ କଥା ଉଠାଇ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରିଥିବା ପାକିସ୍ତାନର ଅଭିଯୋଗ
-ତେବେ ଏନେଇ ଆଇସିସି ଓ ପିସିବି ମଧ୍ୟରେ ଆଲୋଚନା ଜାରି
-ଏବେ ଏକ ଘଣ୍ଟା ବିଳମ୍ୱରେ ଆରମ୍ଭ ହେବ ମ୍ୟାଚ୍
-ଟସ୍ ଜିଣି ୟୁଏଇ ଫିଲ୍ଡିଂ କରିବ
କ’ଣ କହୁଛି ସମୀକରଣ ?
- ଭାରତ-ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ-ବିରେ ଅଛନ୍ତି
-ଟିମ୍ ଇଣ୍ଡିଆ ଦୁଇଟି ଯାକ ମ୍ୟାଚ୍ ଜିତି ସୁପର-୪ରେ ପହଞ୍ଚି ସାରିଛି
-ଓମାନ୍ ଦୁଇଟିଯାକ ମ୍ୟାଚ୍ ହାରି ରେସରୁ ବାଦ ପଡ଼ିଛି
-ସୁପର-୪ରେ ପହଞ୍ଚିବା ପାଇଁ ପାକିସ୍ତାନ-ୟୁଏଇ ମଧ୍ୟରେ ମ୍ୟାଚ୍ ହେବାର ଅଛି
-ଯିଏ ଜିତିବ ସିଏ ସୁପର-୪ ପାଇଁ କ୍ବାଲିଫାଏ କରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/17/dubai-2025-09-17-21-26-59.jpg)