କନକବ୍ୟୁରୋ :  ପାକିସ୍ତାନ ଛଡ଼ା ବିଶ୍ବର ବାକି ଦେଶ ସବୁ ଜାଣିଛନ୍ତି ଯେ ଯୁଦ୍ଧ ଠାରୁ ଖେଳରେ ପାକିସ୍ତାନ ଉପରେ ଭାରତ ଭାରି ପଡ଼ିଛି । ବାହାସ୍ଫୋଟ ଗପ ମାରୁଥିବା ପିସିବି ଅଧ୍ୟକ୍ଷଙ୍କ ଜିଦ୍ ଥିଲା ଟ୍ରଫି ତାଙ୍କ ହାତରୁ ହିଁ ନେବ ଭାରତ , ହେଲେ ମଂଚରେ ସେମିତି ଛିଡ଼ା ହୋଇ ବୋକା  ରହିଗଲେ ନକ୍‌ଭି  ଫଳ ହୋଇଛି ଅପରେସନ୍‌ ଏସିଆ କପ୍ ।

Advertisment

ଚାମ୍ପିୟନ ହେବା ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୦ରେ ପରାସ୍ତ କରିଛି ସୂର୍ଯ୍ୟବାହିନୀ । ଦୁବାଇରେ ସୂର୍ଯ୍ୟ ବ୍ରିଗେଡ୍‌ ପାକିସ୍ତାନ ବିପକ୍ଷରେ ସଫଳ ଷ୍ଟ୍ରାଇକ୍ କରିଛନ୍ତି । ସେ ଯୁଦ୍ଧର ଭୂମି ହେଉ ବା କ୍ରିକେଟ ପଡ଼ିଆ ଭାରତ ପାକିସ୍ତାନକୁ ଚିତ୍‌ପଟାଙ୍ଗ କରିଛି ଆଉ କରିବ । 

ପାକିସ୍ତାନ ଯେଉଁଭଳି ଭାବେ ଆରମ୍ଭ ଦେଇଥିଲା  ଫ୍ୟାନ୍ସ ଓ ଖେଳାଳି କେବେ ଭାବିନଥିବେ  ମ୍ୟାଚରେ ପରାଜୟ ବରଣ କରିବେ  ।   ହେଲେ ବର୍ମା ସାଜିଥିଲେ ପାକ୍‌ ପାଇଁ ମୁଣ୍ଡ ବିନ୍ଧାର କାରଣ । ପାକିସ୍ତାନ ବୋର୍ଡର ଅଧ୍ୟକ୍ଷ ତଥା ଏସିସିର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ପାଇଁ ପାକିସ୍ତାନ ବିଶ୍ବ କ୍ରିକେଟରେ ନିନ୍ଦିତ ହେଉଛି। ଖେଳ ସରିଲା ଭାରତ ଜିତିଲା   ।  ସମୟ ଆସିଲା ପ୍ରେଜେଣ୍ଟେସନ୍ ସେରିମନିର ।  ହେଲେ ପଡ଼ିଆକୁ ଆସିନଥିଲା ପାକିସ୍ତାନ  ।  

ପାଖାପାଖି ୪୫ ମିନିଟ୍ ପରେ ନକଭି ଫୋନ୍‌ କଲାପରେ ଆସିଥିଲା ପାକିସ୍ତାନ। ଅନ୍ୟପଟେ ବିସିସିଆଇ ସ୍ପଷ୍ଟ କହିଦେଇଥିଲା ପୁରସ୍କାର ବିତରଣ ଉତ୍ସବରେ ନକ୍‌ଭିଙ୍କ ଠାରୁ ଭାରତ ପୁରସ୍କାର ଗ୍ରହଣ କରିବନି ।  ହେଲେ ନକ୍‌ଭି ମଂଚକୁ ଆସିଥିଲେ କିନ୍ତୁ ନକଭିଙ୍କୁ ବ୍ରହ୍ମ ବେଜ୍ଜିତ କଲା ଟିମ ଇଣ୍ଡିଆ । ପୁରସ୍କାର ତ ତାଙ୍କ ଠୁ ଗ୍ରହଣ କଲାନି, ଏମିତିକି ମୁହଁକୁ ମଧ୍ୟ ଚାହିଁଲେନି। ବେଜ୍ଜିତ ସହିନପାରି ନକଭି ଟ୍ରଫି ନେଇଗଲେ ସାଙ୍ଗରେ    । 

ବୋଧ ହୁଏ ନକ୍‌ଭି ଭୁଲି ଯାଇଥିଲେ ଭାରତ ପାଇଁ ଟ୍ରଫି ହେଉଛି ବିଜୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ବେଶି ବାଧିଛି ନକଭିଙ୍କୁ କହିଛନ୍ତି, ଯଦି ଯୁଦ୍ଧ ତୁମର ଗର୍ବର ମାପକାଠି ଥିଲା, ତେବେ ଇତିହାସ ପାକିସ୍ତାନ ହାତରେ ତୁମର ଅପମାନଜନକ ପରାଜୟକୁ ରେକର୍ଡ କରିସାରିଛି  ।  କ୍ରୀଡାରେ ଯୁଦ୍ଧକୁ ଟାଣି ନେବା କେବଳ ହତାଶାକୁ ପ୍ରକାଶ କରେ ଏବଂ ଖେଳର ଆତ୍ମାକୁ ଅପମାନିତ କରେ। ମୁହଁଫୁଟାଣି ମାରୁଥିବା ନକଭି ରୌଫ୍‌ଙ୍କ ସେଲିବ୍ରେସନ୍ ଘଟଣା କହିଥିଲେ , ତୁମ ଇଚ୍ଛା ଯାହା ତୁମେ କର.. ମୁଁ ସବୁ ବୁଝିବି । ତେବେ ଟ୍ରଫି ନମିଳିବା ଘଟଣାରେ ଚୁପ୍‌ ବସିବନି ବିସିସିଆଇ  ,  ନଭେମ୍ବରରେ ଆଇସିସି ବୈଠକରେ ଫେରାଦ ହେବ ବିସିସିଆଇ ।