କନକ ବ୍ୟୁରୋ: ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନୀ କ୍ରିକେଟ୍ ଟିମ୍ ଘୋଷଣା ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସଲମାନ ଅଲି ଆଗା ପାକିସ୍ତାନୀ ଦଳର ଅଧିନାୟକ ହେବେ । ଷ୍ଟାର ଖେଳାଳି ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ୧୭ ଜଣିଆ ପାକିସ୍ତାନୀ ଦଳରେ ସ୍ଥାନ ମିଳିନାହିଁ । ବାବର ଏବଂ ରିଜୱାନଙ୍କୁ ଗତ କିଛି ଟି-୨୦ ସିରିଜରେ ସୁଯୋଗ ମିଳିନାହିଁ । ଏବେ ସେମାନଙ୍କୁ ଏସିଆ କପ୍ ପାଇଁ ମଧ୍ୟ ବାଦ୍ ଦିଆଯାଇଛି ।
ଏସିଆ କପ୍ ପୂର୍ବରୁ ପାକିସ୍ତାନୀ ଦଳକୁ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଶାରଜାହରେ ଏକ ତ୍ରିକୋଣୀୟ ସିରିଜ ଖେଳିବାକୁ ପଡିବ, ଯେଉଁଥିରେ ଆଫଗାନିସ୍ତାନ ଏବଂ ୟୁଏଇ ଦଳ ମଧ୍ୟ ଅଂଶଗ୍ରହଣ କରିବେ । ତେବେ ଘୋଷଣା ହୋଇଥିବା ପାକିସ୍ତାନୀ ଦଳ ଏସିଆ କପ୍ ସହ ତ୍ରିକୋଣୀୟ ସିରିଜରେ ଅଂଶଗ୍ରହଣ କରିବ । ତ୍ରିକୋଣୀୟ ସିରିଜ ମାଧ୍ୟମରେ, ଏହି ତିନୋଟି ଦଳ ଏସିଆ କପ୍ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାକୁ ଚାହିବେ ।
ଦଳ: ସଲମାନ ଅଲି ଆଗା (ଅଧିନାୟକ), ଅବର ଅହମ୍ମଦ, ଫହିମ ଆଶ୍ରାଫ, ଫଖର ଜମାନ, ହରିସ ରାଉଫ, ହାସନ ଅଲି, ହାସନ ନୱାଜ, ହୁସେନ ତଲାଟ, ଖୁସଦିଲ ଶାହା, ମହମ୍ମଦ ହରିସ (ୱିକେଟକିପର), ମହମ୍ମଦ ନବାଜ, ମହମ୍ମଦ ୱାସିମ ମିରଜ ଶାହିନ୍ ଶାହା ଆଫ୍ରିଦି ଏବଂ ସୁଫିଆନ୍ ମୁକିମ୍ ।
ତ୍ରି-ସିରିଜ କାର୍ଯ୍ୟସୂଚୀ
୨୯ ଅଗଷ୍ଟ - ଆଫଗାନିସ୍ତାନ ବନାମ ପାକିସ୍ତାନ
୩୦ ଅଗଷ୍ଟ - ୟୁଏଇ ବନାମ ପାକିସ୍ତାନ
୧ ସେପ୍ଟେମ୍ବର - ୟୁଏଇ ବନାମ ଆଫଗାନିସ୍ତାନ
୨ ସେପ୍ଟେମ୍ବର - ପାକିସ୍ତାନ ବନାମ ଆଫଗାନିସ୍ତାନ
୪ ସେପ୍ଟେମ୍ବର - ପାକିସ୍ତାନ ବନାମ ୟୁଏଇ
୫ ସେପ୍ଟେମ୍ବର - ଆଫଗାନିସ୍ତାନ ବନାମ ୟୁଏଇ
୭ ସେପ୍ଟେମ୍ବର - ଫାଇନାଲ
8 ଦଳ ବିଶିଷ୍ଟ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ୯ ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଏବଂ ଦୁବାଇରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଭାରତ, ଓମାନ ଏବଂ ୟୁଏଇ ସହିତ ଗ୍ରୁପ୍ ଏ ରେ ରଖାଯାଇଛି । ଗ୍ରୁପ୍ ବିରେ ହଂକଂ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅଛନ୍ତି ।
ପାକିସ୍ତାନ ମ୍ୟାଚ୍ (ଏସିଆ କପ୍ ୨୦୨୫)
୧୨ ସେପ୍ଟେମ୍ବର - ଓମାନ ବନାମ ପାକିସ୍ତାନ, ଦୁବାଇ
୧୪ ସେପ୍ଟେମ୍ବର - ଭାରତ ବନାମ ପାକିସ୍ତାନ, ଦୁବାଇ
୧୭ ସେପ୍ଟେମ୍ବର - ୟୁଏଇ ବନାମ ପାକିସ୍ତାନ, ଦୁବାଇ