କନକବ୍ୟୁରୋ : ଭାରତ - ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ ।  ରାତି ସାରା ଚାଲିଛି ଫାୟାରିଂ ।  ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା ।  ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପରେ ଛାନିଆ ହୋଇ ପଡିଛି ପଡୋଶୀ  ।  ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ  ।

Advertisment

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ ଚାଲିଛି ।  ଆଉ ଯାହାର ଜବାବ ଦେଉଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ  ହୋଇ ନଥିବା ସୂଚନା ମିଳିଛି  ।  ସେପଟେ  ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ ।  ଆକାଶରେ ଗର୍ଜିଛନ୍ତି ରାଫେଲ , ସୁଖୋଇ-୩୦ ଭଳି ଲଢୁଆ ବିମାନ ।  ଆକ୍ରମଣ ନାଁରେ  ଏହି ଯୁଦ୍ଧାଭ୍ୟାସ ହୋଇଛି  ।  ଭାରତ -ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧାଭ୍ୟାସ କରିଛି  ବାୟୁସେନା ।  ଆକାଶମାର୍ଗରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି  ।