କନକ ବ୍ୟୁରୋ : ଗତ କିଛି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଥର ସନ୍ଦେହଜନକ ଡ୍ରୋନ୍ ଦେଖାଯାଇଛି । ସାମ୍ବାରେ ଏକ ଡ୍ରୋନ୍ ଦ୍ୱାରା ସୀମାପାରରୁ ପକାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ପାକିସ୍ତାନରୁ ଏହି ଡ୍ରୋନ୍ ସାମ୍ବାର ଫ୍ଲୋରା ଗ୍ରାମ ନିକଟରେ ସନ୍ଦିଗ୍ଧ ସାମଗ୍ରୀ ପକାଇଥିବା ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅଞ୍ଚଳ ୧୨୫ତମ ବିଏସଏଫ ବାଟାଲିୟନର ଅଧିକାରକ୍ଷେତ୍ରରେ ରହିଛି। । ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲେ। ତଲାସୀ ସମୟରେ ଯବାନମାନେ ଏକ ସନ୍ଦେହଜନକ ପ୍ୟାକେଟ୍ ପାଇଥିଲେ । ପ୍ୟାକେଟ୍ ଖୋଲିବା ପରେ, ସେଥିରୁ ଦୁଇଟି ପିସ୍ତଲ ଏବଂ ଗୁଳି ମିଳିଥିଲା। ଏନେଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ସେନା ପକ୍ଷରୁ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ସନ୍ଦିଗ୍ଧ ବ୍ୟକ୍ତି ମିଳି ନଥିଲେ। ଏହି ସାମଗ୍ରୀ ପାଇଁ ସୀମାପାରରୁ କାହା ପାଖକୁ ଆସିଛି ଏକଂ କାହିଁକି ଆସିଛି ସେ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।
ପାକିସ୍ତାନ ପଠାଇଥିବା ଡ୍ରୋନ୍ ଗୁଳି ମାଡ଼ରେ ଖସିଲା
ସାମ୍ବାରେ ଏକ ଡ୍ରୋନ୍ ଦ୍ୱାରା ସୀମାପାରରୁ ପକାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ପାକିସ୍ତାନରୁ ଏହି ଡ୍ରୋନ୍ ସାମ୍ବାର ଫ୍ଲୋରା ଗ୍ରାମ ନିକଟରେ ସନ୍ଦିଗ୍ଧ ସାମଗ୍ରୀ ପକାଇଥିବା ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅଞ୍ଚଳ ୧୨୫ତମ ବିଏସଏଫ ବାଟାଲିୟନର ଅଧିକାରକ୍ଷେତ୍ରରେ ରହିଛି। ।
/kanak/media/media_files/2026/01/10/10bbs_25_10012026_111-2026-01-10-18-31-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)