କନକ ବ୍ୟୁରୋ; ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ଆକ୍ସନରେ ଆସିଛନ୍ତି କେନ୍ଦ୍ର ସରକାର । ଘଟଣାରେ ପାକିସ୍ତାନର ହାତ ଥିବା ସନ୍ଦେହରେ ବଡ଼ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି । ସିନ୍ଧୁ ଚୁକ୍ତି ଠାରୁ ଆରମ୍ଭ କରି ଡିଜିଟାଲ ମିଡିଆ ସବୁଠି ହେଉଛି ପ୍ରହାର । ନିଜ ମାଟିରେ ଆତଙ୍କୀଙ୍କୁ ଆଶ୍ରୟ ଦେବା ଏବେ ପାକିସ୍ତାନକୁ ପଡିଛି ମହଙ୍ଗା । ଘଟଣାରେ 24 ଘଣ୍ଟା ଭିତରେ ଜରୁରୀ ବୈଠକ କରି ମୋଦୀ ସରକାର ନେଇଛନ୍ତି କଡ଼ା ନିଷ୍ପତ୍ତି
ପାକିସ୍ତାନକୁ ପାନେ ଚଖେଇବା ପାଇଁ ଭାରତର ପ୍ରସ୍ତୁତି
ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପାକ୍କୁ ସଜ୍ଜା
ପାକିସ୍ତାନର ପାଣି ବନ୍ଦ କଲେ ସରକାର
ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ନିର୍ଦ୍ଦେଶ ଜାରି
ଏହାଦ୍ବାରା ସିନ୍ଧୁ ଘାଟିର ସମସ୍ତ ନଦୀର ପାଣି ପାକ୍ ଭିତରକୁ ଛଡ଼ାଯିବନି
ସୀମାରେ ଥିବା ଅଟାରୀ-ୱାଘାର ଗେଟ୍ ବି ହେଲା ବନ୍ଦ
ଦୁଇ ଦେଶ ମଧ୍ୟରେ ହେବନାହିଁ ବାଣିଜ୍ୟ କାରବାର
ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସା ବାତିଲ, ଦେଶ ଛାଡ଼ିବାକୁ ନିର୍ଦ୍ଦେଶ
ଦୂତାବାସରୁ ହଟାଗଲା ଅଧାରୁ ଅଧିକ କର୍ମଚାରୀଙ୍କୁ
ପାକିସ୍ତାନ ସରକାରଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ହେଲା ବ୍ୟାନ୍
ଭାରତର ଆକ୍ସନ ଆରମ୍ଭ ହେବା ମାତ୍ରେ ହିଁ ଛାନିଆ ହୋଇପଡିଛି ପାକିସ୍ତାନ । ଦେଶର ସରକାର ଆଉ ଥରେ ବାଲାକୋଟ୍ ଯେପରି ନ ଦେଖୁ ସେଥିପାଇଁ ନୂଆ ନୂଆ ସଫେଇ ଦେବା ଆରମ୍ଭ କରିଦେଇଛି । ପାକ୍ ସରକାର ରାତିତମାମ କରୁଛନ୍ତି ଜରୁରୀ ବୈଠକ । ପାକ୍ ଗଣମାଧ୍ୟମରେ ଆକ୍ରମଣ ପଛରେ ହାତ ନଥିବା କହି ସଫେଇ ରଖୁଛନ୍ତି । ଏପଟେ ସୋସିଆଲ୍ ମିଡିଆରେ ସନ୍ଦିଗ୍ଧ ଲସ୍କର ମୁଖ୍ୟଙ୍କ ପ୍ରତିକ୍ରିୟା ହେଉଛି ଭାଇରାଲ୍ । ଯେଉଁଥିରେ ଏଥିରେ ଲସ୍କର କିମ୍ବା ଏହାର କୌଣସି ସଂଗଠନର ହାତ ନଥିବା ନେଇ ସଫେଇ ରଖିଛି ମାଷ୍ଟରମାଉଣ୍ଡ ମସୁରୀ । ପାକିସ୍ତାନରୁ ସୀମା ଡେଇଁ ଅନେକ ଥର ଆତଙ୍କୀ ମାନେ ଭାରତରେ ବିଶୃଂଖଳା ସୃଷ୍ଟି କରିଆସିଛନ୍ତି । ଉରୀ, ପଠାନକୋଟ୍, ପୁଲୱାମା ଆଉ ଏବେ ପହଲଗାମ ଏହାର ଉଦାହରଣ । ଯାହାର ପ୍ରତିଶୋଧ ନେବା ପାଇଁ ଭାରତ ସରକାର ବଡ଼ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।