କନକ ବ୍ୟୁରୋ: ପାକିସ୍ତାନରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ବିଦ୍ରୋହି ଟିଟିପି ଗୋଷ୍ଠୀର ଆକ୍ରମଣରେ ଥରିଉଠିଛି ପାକିସ୍ତାନ ।  ପାକିସ୍ତାନର ଖୈବର ପାଖତୁନଖ୍ୱା ପ୍ରାନ୍ତର ଉତ୍ତର ୱଜିରିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି, ଯେଉଁଥିରେ ୧୦ ଜଣ ସୈନିକ ଓ ୧୯ ଜଣ ସାଧାରଣ ନାଗରିକ ଅଛନ୍ତି ।  ତହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଗୋଷ୍ଠୀର ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ସହ ସୈନ୍ୟବାହିନୀର କନଭୟକୁ ଧକ୍କା ଦେଇଥିଲା । ଏହି ବିସ୍ଫୋରଣ ସ୍ଥାନୀୟ ସମୟ ଅପରାହ୍ନ ୩:୩୭ରେ ଘଟିଥିଲା

Advertisment

ଟିଟିପି ଏହାକୁ ପାକିସ୍ତାନ ସେନା ଅପରେସନ୍‌ର ପ୍ରତିଶୋଧ ବୋଲି ଦାବି କରିଛି । ୨୦୨୧ରେ ଆଫଗାନରେ ତାଲିବାନର କ୍ଷମତା ଦଖଲ ପରେ ଟିଟିପିର ଆକ୍ରମଣ ବୃଦ୍ଧି ପାଇଛି, ଯେଉଁଥିରେ ଆଫଗାନସ୍ଥାନରେ ଅସ୍ତ୍ରଶସ୍ତ୍ର ଓ ଆଶ୍ରୟ ମିଳୁଛି । ଟିଟିପି ପାକିସ୍ତାନ ସରକାରଙ୍କୁ ଉଚ୍ଛେଦ କରି ଶରିଆ ଶାସନ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ।

ଟିଟିପି ଆକ୍ରମଣର ଇତିହାସ 
ଡିସେମ୍ବର ୨୦୨୪ରେ ଦକ୍ଷିଣ ଓଜିରିସ୍ତାନରେ ୧୬ ସୈନିକଙ୍କୁ ହତ୍ୟା କରାଯାଇଥିଲା
ମାର୍ଚ୍ଚ ୨୦୨୪ରେ ଶାଙ୍ଗଲାରେ ଚୀନ୍‌ର ଇଞ୍ଜିନିୟରଙ୍କୁ ଟାର୍ଗେଟ୍‌ କରି ୫ ଜଣଙ୍କୁ ହତ୍ୟା 
୨୦୧୪ରେ ପେଶାୱାର ସ୍କୁଲ ଆକ୍ରମଣରେ ୧୪୭ ଜଣ ନିହତ ହୋଇଥିଲେ
ପାକିସ୍ତାନ ଆଫଗାନ ତାଲିବାନଙ୍କୁ ଟିଟିପିକୁ ଆଶ୍ରୟ ଦେବାରେ ଅଭିଯୋଗ କରୁଛି ।