ପାକିସ୍ତାନର ମିଲର ଜେଲରେ ବନ୍ଦୀ ଥିବା ୨୨ ଭାରତୀୟ ମୁକ୍ତ । ଆଜି ଫେରିପାରନ୍ତି ସ୍ୱଦେଶ

ଏଘି ଫାଉଣ୍ଡେସନର ଅଧ୍ୟକ୍ଷ ଫୈସଲ ଉଭୟ ଭାରତ ଓ ପାକିସ୍ତାନ ସରକାରକୁ ଏହି ମତ୍ସଜୀବୀମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ କି ଏମାନେ ଭୁଲରେ ସମୁଦ୍ର ସୀମା ପାର କରି ପାକିସ୍ତାନ ଭିତରେ ଅନୁପ୍ରବେଶ କରିଥିଲେ । 

gbfbsffds

କନକ ବ୍ୟୁରୋ : ପାକିସ୍ତାନ କରାଚୀରେ ଥିବା ୨୨ ଜଣ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରାଯାଇଛି । ଏହି ମତ୍ସଜୀବୀଙ୍କ କାରାଦଣ୍ଡ ଅବଧି ସମାପ୍ତ ହେବା ପରେ ତାଙ୍କୁ ମୁକ୍ତ କରିଛନ୍ତି ପାକିସ୍ତାନ ସରକାର । ଆଜି ସେମାନଙ୍କୁ ଭାରତ ପଠାଯାଇପାରେ । 

ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ ଏଘି ଫାଉଣ୍ଡେସନ ଅଧ୍ୟକ୍ଷ ଫୈସଲ ଏଘି ଏହି ମତ୍ସଜୀବୀମାନଙ୍କୁ ଲାହୋର ପହଂଚାଇବାକୁ ସମସ୍ତ ପରିବହନ ବ୍ୟବସ୍ଥା କରିଛି । ଏହି ସଂସ୍ଥା କେବଳ ପରିବହନ ଖର୍ଚ୍ଚ ତୁଲାଇନାହିଁ ବରଂ ମତ୍ସଜୀବୀଙ୍କୁ ଉପହାର ସ୍ୱରୂପ କିଛି ଅର୍ଥରାଶି ମଧ୍ୟ ପ୍ରଦାନ କରିଛି । ମତ୍ସଜୀବୀମାନେ ଲାହୋରୁ ଭାରତ ଫେରିବେ । 

ଏଘି ଫାଉଣ୍ଡେସନର ଅଧ୍ୟକ୍ଷ ଫୈସଲ ଉଭୟ ଭାରତ ଓ ପାକିସ୍ତାନ ସରକାରକୁ ଏହି ମତ୍ସଜୀବୀମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ କି ଏମାନେ ଭୁଲରେ ସମୁଦ୍ର ସୀମା ପାର କରି ପାକିସ୍ତାନ ଭିତରେ ଅନୁପ୍ରବେଶ କରିଥିଲେ । 

ପାକିସ୍ତାନ ଅଧିକାରୀମାନେ ୱାଘା ବୋର୍ଡର ବାଟ ଦେଇ ଏହି ମତ୍ସଜୀବୀମାନଙ୍କୁ ଭାରତ ପଠାଇବେ । ସୂଚନା ଥାଉକି ଜାନୁଆରୀ ପହିଲାରେ ଉଭୟ ଦେଶ କଏଦୀଙ୍କ ସୂଚୀ ପ୍ରଦାନ କରିଥିଲେ । ସେହି ସୂଚନା ମୁତାବକ ଏବେ ପାକିସ୍ତାନ ଜେଲରେ ୨୬୬ ଭାରତୀୟ ବନ୍ଦୀ ଥିବା ବେଳେ ଭାରତୀୟ ଜେଲରେ ୪୬୨ ଜଣ ପାକିସ୍ତାନ ନାଗରିକ ବନ୍ଦୀ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe