କନକ ବ୍ୟୁରୋ: ଭାରତର ଭୟ ବଢ଼ାଇଲା ପାକିସ୍ତାନ । କାହିଁକି ନା ସମୁଦ୍ର ପଥରେ ପାକିସ୍ତାନର ଶକ୍ତି ବଢ଼ିବାକୁ ଯାଉଛି । ପାକିସ୍ତାନକୁ ଚୀନ ଦେବାକୁ ଯାଉଛି ୮ଟି ଉନ୍ନତମାନର ସବମରିନ୍ । ଯାହାକି AIP ସିଷ୍ଟମ ଲେସ୍ ହେଇଥିବାବେଳେ, ଶତ୍ରୁକୁ ଚକମା ଦେବାରେ ସିଦ୍ଧହସ୍ତ । ପାକିସ୍ତାନକୁ ମିଳିବାକୁ ଯାଉଥିବା ଏହି ନୂଆ ସବମରିନ୍, ପାଣି ଭିତରେ ଲୁଚକାଳି ଖେଳ ଖେଳିବାରେ ପୁରାପୂରି ମାହିର । ଘଣ୍ଟା ଘଣ୍ଟା ଧରି ଏହି ସବମରିନ୍ ସମୁଦ୍ର ଭିତରେ ଲୁଚି ରହିବାକୁ ସକ୍ଷମ । ଯାହାକି ଭାରତ ପାଇଁ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁସାରେ, ଚୀନ୍ ପାକିସ୍ତାନକୁ ଏହି ୮ଟି ସବମରିନ୍ ଦେବାକୁ ଯାଉଛି । ଯାହା ଭିତରୁ ଏବେ ୪ଟି ସବମରିନର କାମ ଚୀନରେ ଚାଲିଥିବାବେଳେ, ଆଉ ୪ଟି ସବମରିନର କାମ ପାକିସ୍ତାନ ଭିତରେ ଚାଲିଛି । ୨୦୨୬ ସୁଦ୍ଧ ପ୍ରଥମ ସବମରିନ୍ ପାକିସ୍ତାନ ଆର୍ମିରେ ଏଣ୍ଟ୍ରି ମାରିବାକୁ ଥିବାବେଳେ, ୨୦୨୮ ସୁଦ୍ଧା ସବୁତକ ସବମରିନ୍ ପାକିସ୍ତାନ ଆର୍ମିକୁ ମିଳିଯିବ । ତେବେ ନଜର ପକାନ୍ତୁ ପାକିସ୍ତାନକୁ ମିଳିବାକୁ ଥିବା ଏହି ସବମରିନ୍ କେତେ ଶକ୍ତିଶାଳୀ...
କେତେ ଶକ୍ତିଶାଳୀ ସବମରିନ୍?
- ହଙ୍ଗର କ୍ଲାସର ଏହି ସବମରିନ୍ ଶତ୍ରୁକୁ ଚକମା ଦେବାରେ ମାହିର
- ଏହାର ଓଜନ ପାଖାପାଖି ୨୮୦୦ ଟନ୍ ହେଇଥିବାବେଳେ, ଲମ୍ବ ହେଉଛି ୭୭ ମିଟର
- ପାଣି ଉପରେ ଏହା ୧୮ ନଟ୍ ପ୍ରତି ଘଣ୍ଟା ଚାଲିବାକୁ ସକ୍ଷମ ଥିବାବେଳେ, ପାଣି ଭିତରେ ୨୦ ନଟ୍ ପ୍ରତି ଘଣ୍ଟା ଚାଲିପାରିବ
- ପାଣି ଭିତରେ ଏହି ସବମରିନ୍ କ୍ରୁଜ୍ ମିସାଇଲ୍ ମଧ୍ୟ ମାରିବାକୁ ସକ୍ଷମ
ପାକିସ୍ତାନକୁ ମିଳିବାକୁ ଯାଉଥିବା ଏହି ସବମରିନ୍ ବିଷୟରେ ଜାଣିବା ସହ ନଜର ପକାଇ ନିଅନ୍ତୁ ଭାରତୀୟ ନୌସେନା କେତେ ଶକ୍ତିଶାଳୀ?
- ଭାରତ ପାଖରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ଥିବାବେଳେ, ଏହା ୩୦ଟି ଯୁଦ୍ଧ ବିମାନକୁ ନେଇପାରିବ
- ଭାରତ ପାଖରେ ବର୍ତ୍ତମାନ ୧୯ଟି ସବମରିନ୍ ଅଛି, ଯାହାକି ଶତ୍ରୁକୁ ମାତ୍ ଦେବାର ମାହିର
ଆହୁରି ପଢ଼ନ୍ତୁ : ଫଟୋ ପଛର ରାଜନୀତି ; ପଲିଟିକ୍ସରେ କିଛି ବି ସମ୍ଭବ
ପାକିସ୍ତାନର ଏହି ନୂଆ ସବମରିନ୍ ଏଆଇପି ସିଷ୍ଟମ ହେଇଥିବାବେଳେ, ଭାରତ ପାଖରେ କିନ୍ତୁ ନ୍ୟୁକ୍ଲିୟର ସବମରିନ୍ ରହିଛି । ଯାହାକି ପାଣି ଭିତରେ ମାସ ମାସ ଧରି ରହିବାକୁ ସକ୍ଷମ । ଏହାସହିତ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ରହିଛି, ଯିଏକି ଲଢ଼ୁଆ ଯୁଦ୍ଧ ବିମାନକୁ ସମୁଦ୍ର ପଥରେ ବୋହି ନେଇପାରିବ । ପାକିସ୍ତାନ ପାଖରେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ମୋଟାମୋଟି ଭାବେ ଦେଖିବାକୁ କଲେ ଭାରତର ନୌସେନା ପାକିସ୍ତାନର ନୌସେନାଠାରୁ ୪ରୁ ୫ ଗୁଣ ବଡ଼ । ପାକିସ୍ତାନ କେବଳ ନିଜ ସୀମା ଭିତରେ ବଳବାନ ହେଇଥିବାବେଳେ, ଭାରତ କିନ୍ତୁ ସମୁଦ୍ର ପଥରେ ନିଜର ଦବଦବା ରଖେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/21/submarine-2025-11-21-13-03-24.jpeg)