କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଙ୍କ ବଡ ବୟାନ, ସରିଫ୍ କହିଛନ୍ତି ପାକିସ୍ତାନ ଭାରତ ସହ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସମେତ ସମସ୍ତ ବିବାଦୀୟ ସମସ୍ୟାର ସମାଧାନ କରିବାକୁ ଚାହୁଁଛି । କାଶ୍ମୀରବାସୀଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ସରିଫ। କଶ୍ମୀର ଏକତା ଦିବସ ଅବସରରେ ମୁଜାଫରାବାଦରେ ପାକିସ୍ତାନ ଅଧିକୃତ କଶ୍ମୀର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ସେହବାଜ ସରିଫ ଏହା କହିଛନ୍ତି। କାଶ୍ମୀରବାସୀଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ପାକିସ୍ତାନ ପ୍ରତିବର୍ଷ ଏହି ଦିବସ ପାଳନ କରିଥାଏ।ଆମେ ଆଲୋଚନା ମାଧ୍ୟମରେ କାଶ୍ମୀର ସମେତ ସମସ୍ତ ବିବାଦୀୟ ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ। ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସରିଫ କହିଛନ୍ତି, ଭାରତ ୨୦୧୯ ଅଗଷ୍ଟ ୫ ର ଚିନ୍ତାଧାରାରୁ ବାହାରି ଜାତିସଂଘକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ଆଲୋଚନା ଆରମ୍ଭ କରିବା ଉଚିତ।
ପାକିସ୍ତାନ ମୁହଁରେ ପୁଣି କାଶ୍ମୀର
ଦୀର୍ଘଦିନ ପରେ ପୁଣି ଉଠିଲା କାଶ୍ମୀର ପ୍ରସଙ୍ଗ
ଭାରତ ସହ ବିବାଦକୁ ଦୂର କରିବାକୁ ଚାହୁଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ।
ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ ବୋଲି ଭାରତ ବାରମ୍ବାର ପାକିସ୍ତାନକୁ କହିଆସୁଛି ।
ଭାରତରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ।
ସେହବାଜ ସରିଫ୍ ମଧ୍ୟ ଭାରତ ଉପରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଅଭିଯୋଗ ଆଣିଥିଲେ ।
ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ଦ୍ୱାରା ଶାନ୍ତି ଆସିବ ନାହିଁ ଏବଂ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳିବ ନାହିଁ-ସରିଫ୍ ।
ପାକ ପ୍ରଧାନମନ୍ତ୍ରୀ ଭାରତକୁ ବୁଝାମଣାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିବା ସହ ପ୍ରଗତିର ମାର୍ଗ ଶାନ୍ତି ବୋଲି କହିଛନ୍ତି ।
କାଶ୍ମୀର ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜାତିସଂଘ ନିରାପତ୍ତା ପରିଷଦ- ସରିଫ ।
ଅଧିକାର ହାସଲ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ କଶ୍ମୀରବାସୀଙ୍କୁ ନୈତିକ, କୂଟନୈତିକ ଏବଂ ରାଜନୈତିକ ସମର୍ଥନ ଜାରି ରଖିବ
ପାକ୍ ପ୍ରଧାନମନ୍ତ୍ରୀ ସରିଫ୍ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି
କାଶ୍ମୀରବାସୀମାନେ ସ୍ୱାଧୀନ ଭାବରେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଅନୁମତି ଦେବାକୁ ଭାରତ ଉପରେ ଚାପ ପକାନ୍ତୁ ।